-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
05-Nov-2025
ବଲାଙ୍ଗୀର, (ବିନୋଦ ଦୀପ) ଆଜି ବଲାଙ୍ଗୀର ଯାଦବ ଭବନ ଠାରେ ବୁଦ୍ଧିଷ୍ଟ ପରିବାର ପକ୍ଷରୁ ସଂଘ ଦିବସ ପାଳନ ହୋଇଛି l କାର୍ତ୍ତିକ ପୂର୍ଣ୍ଣିମା ଯାହା କି ବୌଦ୍ଧ ଧମ୍ମ ତଥା ବୁଦ୍ଧିଷ୍ଟ ମାନଙ୍କ ପାଇଁ ଏକ ମହତ୍ତ୍ୱ ପୂର୍ଣ୍ଣ ଦିନ ଅଟେ l ଯାହାକୁ ସଂଘ ଦିବସ ରୂପେ ସାରା ବିଶ୍ୱର ବୁଦ୍ଧିଷ୍ଟ ମାନେ ମହା ଆଡମ୍ବର ରେ ପାଳନ କରନ୍ତି l ବଲାଙ୍ଗିର ଜିଲ୍ଲା ର ସମସ୍ତ ବୁଦ୍ଧିଷ୍ଟ ପରିବାର ମାନେ ମଧ୍ୟ ଆଜିର ଏହି ଦିନ କୁ ଏକ ଦିବସୀୟ ଧମ୍ମ ଶିବିର ମାଧ୍ୟମରେ ଆଜିର ଦିବସ କୁ ପାଳନ କରିଥିଲେ l
ବୁଦ୍ଧିଷ୍ଟ ଅନୁଯାୟୀ ସଂଘ ଦିବସ ର ମହତ୍ୱ ବା କାର୍ତିକ ପୂର୍ଣ୍ଣିମା ର ଉଦ୍ଦେଶ୍ୟ କୁ ନେଇ ବଲାଙ୍ଗିର ଜିଲ୍ଲା ବୁଦ୍ଧିଷ୍ଟ ପରିବାର ତରଫରୁ ସଂଘ ଦିବସ ହୋଇଛି l ଆଜି ପ୍ରାୟ ସକାଳ 9 ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ହୋଇଥିଲା l ଏଥିରେ ବଲାଙ୍ଗିର ଜିଲ୍ଳା ତଥା ଆଖ ପାଖ ଅଂଚଳ ର 30 ଟି ବୁଦ୍ଧିଷ୍ଟ ପରିବାର ଯୋଗଦେଇ ଥିଲେ l ଏହି ସଂଘ ଦିବସ ରେ ହାରାହାରି 60 ରୁ 70 ଲୋକ ଉପସ୍ଥିତ ରହି ସାଫଲ୍ୟ କରିଥିଲେ l