-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
01-Nov-2025
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ବ୍ଲକ ଠାରେ ଭାରତ ସରକାରଙ୍କ ନବଭାରତ ସାକ୍ଷର କାର୍ଯ୍ୟକ୍ରମ ଉଲ୍ଲାସର ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରୀନା କୁମାରୀ ବେହେରା ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଧରୁଆ ପ୍ରମୁଖ ଯୋଗ ଦେଇ ମନୋହର ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପତିତପାବନ ଏକାଡେମୀ କୁ ପରିଦର୍ଶନ ରେ ଯାଇଥିଲେ l ବଲାଙ୍ଗୀର ବ୍ଲକ ର ୪୬୩ ଜଣ ଯୁବକ ଓ ୧୯୩୯ ଜଣ ଯୁବତୀ ଏପରି ମୋଟ ୨୪୦୨ ଜଣ ଶିକ୍ଷାର୍ଥୀ ଉଲ୍ଲାସ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ l