-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ମାଟିର ମହୋତ୍ସବର ସାଧାରଣ ବୈଠକ: ମହୋତ୍ସବକୁ ଏକଜୁଟ ହୋଇ ସଫଳ କରିବେ ନଗରବାସୀ

01-Nov-2025



କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଳିତ ବର୍ଷ ହେବାକୁ ଥିବା ମାଟିର ମହୋତ୍ସବ ପାଇଁ ସ୍ଥାନୀୟ ହରିଭବନ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କମିଟିର ସଭାପତି ବ୍ରଜଶ୍ୟାମ ଗୁରୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଶତାଧିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲର ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ସମ୍ପାଦକ ବେଦବ୍ୟାସ ନାଗ, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାସ, ବରିଷ୍ଠ ସଦସ୍ୟ ମନୋଜ ଦାସ, ଡିଆରୟୁସିସି ମେମ୍ବର ରାଜେଶ ଅଗ୍ରୱାଲ, କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ ଓ କାଉନସିଲର ମାନେ ମଂଚସିନ ଥିଲେ ।  ଏହି ସାଧାରଣ ବୈଠକକୁ କମିଟିର ସହ ସମ୍ପାଦକ ଦିନେଶ୍ ମହାନନ୍ଦ ପରିଚାଳନା କରିଥିଲେ । ସେହିପରି ସମ୍ପାଦକ ଶ୍ରୀ ନାଗ ଏଥିରେ ପୂର୍ବ ବର୍ଷ ହୋଇଥିବା ମହୋତ୍ସବ ଉପରେ ଆଲୋଚନା କରିବା ସହ ସମସ୍ତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଦାସ, ବରିଷ୍ଠ ସଦସ୍ୟ ମନୋଜ ଦାସ, ସମେତ ଅନ୍ୟ ଅତିଥି ମାନେ ମଧ୍ୟ ମାଟିର ମହୋତ୍ସବ ବିଷୟରେ କହିଥିଲେ । ପରେ ବିଧାୟକ ତଥା କମିଟିର ଅଧ୍ୟକ୍ଷ ଲକ୍ଷଣ ବାଗ ମାଟିର ମହୋତ୍ସବର କଥା କହି ଦ୍ଵିତୀୟ ବର୍ଷ ସମସ୍ତେ ମିଶି ସଫଳ କରିବାକୁ ଆହ୍ୱାନ ଦେଇ ମାଁ ଦ୍ୱାରସନୀ ମାଟି ରେ ଅଂଚଳର ସଂସ୍କୃତି, ଅତିହ୍ୟ, ମାଟିର ପୁଅ ଝିଅ ସାମିଲ ରହି ଏହି ସଂସ୍କୃତିକ ମହୋତ୍ସବ କୁ ଦୁଳକେଇ ଦେବା ପାଇଁ କହିଥିଲେ । କଣ୍ଟାବାଞ୍ଜି ସହରର ସମସ୍ତ ଅନୁଷ୍ଠାନ ଆଜିର ଏହି ବୈଠକ ରେ ସାମିଲ ହୋଇ ମହୋତ୍ସବ କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ସମ୍ପାଦକ ଶ୍ରୀ ନାଗ ଚଳିତ ବର୍ଷ କମିଟି ରେ ଥିବା ସମସ୍ତ ସଦସ୍ୟ ଙ୍କୁ ଗୁରୁଦାୟିତ୍ୱ ଦେଇ କାମ କରାଯିବ ଏବଂ ଏହି ମହୋତ୍ସବ କୁ ସଫଳ କରାଯିବ ବୋଲି କହିଛନ୍ତି । ଚଳିତ ବର୍ଷ ଅଂଚଳ ଅନେକ ସଂସ୍କୃତିକ ଦଳ କୁ ସଂମାନ ସହ ମଞ୍ଚ ରେ ସ୍ଥାନ ଦିଆଯିବ ଏବଂ ନିଜ କଲା ପ୍ରଦର୍ଶନ କରିବେ ବୋଲି ସ୍ଥିର କରାଯାଇଛି । ଆଗାମୀ ଜାନୁୟାରୀ ମାସ ୯ ରୁ ୧୧ ପର୍ଯ୍ୟନ୍ତ ହେବାକୁ ଥିବା ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ ଆୟୋଜିତ ହେବ ବୋଲି ସମସ୍ତ ଙ୍କୁ ସୂଚାଇ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଂକ ମଧ୍ୟରେ କଣ୍ଟାବାଞ୍ଜି ଏନଏସିର ଅନେକ କାଉନସିଲର ସାମିଲ ଥିଲେ । କମିଟିର ସମସ୍ତ ସଦସ୍ୟ ଏହି ସାଧାରଣ ବୈଠକରେ ଯୋଗ ଦେଇ ଏହି ମହୋତ୍ସବ କୁ ସଫଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ପୁଷ୍ପକେତୁ ବେହେରା, ବିବେକ ଶର୍ମା,
ସଂଜୟ ଗାନ୍ଧୀ, ନିଶିକାନ୍ତ ମାହାପାତ୍ର, ବିଦେଶୀ ବେହେରା, କୈଳାସ ଦୀପ, ତୁଳସୀରାମ ଜଗତ, ରାଜେନ୍ଦ୍ର ବେହେରା, ପ୍ରକାଶ ପ୍ରଧାନ,ରାଜୁ ବାରିକ, ତପନ ବଏ, ପ୍ରମାନନ୍ଦ ପୁଟେଲ, ରୋହନ କୁମାର ମହତ, ମୋହନ ସୁନା, ସୋହନ ଗୁରୁ, ଗୁରୁ ଦୟାଲ ହଂସ, ପପୁ ଜୁଏଡ, ସୋମନାଥ ସାହୁ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like