-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

*ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ହୀରକ ଜୟନ୍ତୀ ଓ ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ*-

27-Oct-2025



(ମନୋରଞ୍ଜନ ତ୍ରିପାଠୀ)
ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଜନ୍ମ ଶତ ବାର୍ଷିକୀ ମହାସମାରୋହ ରେ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ଓଡ଼ିଶା ସରକାରଙ୍କ ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟର ପ୍ରଶଂସା କରିବା ସହିତ  ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ବଲାଂଗୀର ପ୍ରତି ଥିବା ଅବଦାନ ର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂଦେଓ ନିଜର ବକ୍ତବ୍ୟ ରଖି ବିଦ୍ୟାଳୟ ର କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ବିଦ୍ୟାଳୟ ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି  ICT ଲାବ୍ ପାଇଁ ୧୫ ଟି କମ୍ପ୍ୟୁଟର ଦେବା ପାଇଁ ଘୋଷଣା କରିଥିଲେ ଏବଂ ICT ଲାବ୍ ର ପୁନଃମରାମତି ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ , ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସଂସଦ ର ସଭାପତି ଧର୍ମବ୍ରତା ରଥ ଏବଂ ସମାଜସେବୀ ଶ୍ରୀ ଗୋପାଲଜୀ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ବିଦ୍ୟାଳୟ ର ଆଲୁମିନି ସଭାପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧନଶିକ୍ଷକ ଶ୍ରୀ ନରେନ୍ଦ୍ର ନାଥ ମିଶ୍ର ବିଦ୍ୟାଳୟ ର ୬୦ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ।

ଏହି  ସଭାରେ   ଡ଼. ଶ୍ରୀକାନ୍ତ କୁମାର  ପାଣିଗ୍ରାହୀ ସଭାପତିତ୍ବ କରିଥିଲେ l ଯିଏ କି ବର୍ତ୍ତମାନ ପ୍ରଧାମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ପରାମର୍ଶଦାତା ଭାବେ ଦିଲ୍ଲୀଠାରେ କାର୍ଯ୍ୟ କରୁଛନ୍ତି। ଏହି ସଭାରେ ଆଇଆଇଏମ୍ ସମ୍ବଲପୁର ର ପ୍ରଫେସର ସୁଜିତ୍ କୁମାର ପୃଷେଠ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରି ନାରୀ ଶିକ୍ଷା ଉପରେ ଗଢି ଉଠିଥିବା ଏହି ବିଦ୍ୟାଳୟ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।ଶ୍ରୀ ରଘୁନନ୍ଦନ ସିଂ ଙ୍କ ସଂଯୋଜନାରେ ଏହି ହୀରକ ଜୟନ୍ତୀ ଉପଲକ୍ଷେ ସ୍ମରଣିକା  "ସ୍ମୃତିବିନ୍ଦୁ" ଉନ୍ମୋଚିତ ହୋଇଥିଲା।ବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ବିଦ୍ୟାଳୟ ହାଇସ୍କୁଲ  ପରୀକ୍ଷା ଫଳକୁ ନେଇ ସର୍ବାଧିକ ମାର୍କ ରଖିଥିବା ବିଗତ ୫ ବର୍ଷ ର ୫ ଜଣ ଛାତ୍ରୀ ବିଦିପ୍ତା ସାହୁ, ସେଫିନା ଯୋସେଫ , ନିୟତି ସାହୁ, ଭୂମିସୂତା ପରିଡ଼ା ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ  ଆନ୍ତର୍ଜାତୀୟ ଦୌଡ଼ ରାଣୀ  ଆନନ୍ଦିନୀ ଦର୍ଜୀ, ଡ଼. ସ୍ବିଟି ମେହେର, ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ସଙ୍ଗୀତଜ୍ଞ ବିଗେଶି ବାରିକ୍, ମିନାକ୍ଷୀ ତନ୍ତୀ, ଏଵଂ ବଲାଙ୍ଗୀର ଜିଲ୍ଲା ର କ୍ରିକେଟ୍ ଖେଳ ପାଇଁ ମାଧୁରୀ ମେହେଟା , ରୋସନାରା ପରବିନ୍, ନୃତ୍ୟ ପାଇଁ ଜ୍ୟୋତିରେଖା ତ୍ରିପାଠୀ, ପ୍ରୀୟାଂଶି ସାହୁ ଙ୍କୁ  ସମ୍ମାନିତ କରାଯାଇଥିଲା।

ହୀରକ ଜୟନ୍ତୀ ଓ ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି କମିଟୀ ତରଫରୁ  ବିଭିନ୍ନ କ୍ଷେତ୍ରରେ  ଉଲ୍ଲେଖନୀୟ ସଫଳତା ସକାଶେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ପ୍ରସାଦ ଗୁରୁ, ଡ. ଶ୍ରୀକର ମିଶ୍ର, ବିକ୍ରମ ବହିଦାର, ହରି ନାରାୟଣ ପୁଝାରୀ, ଲୋକେଶ୍ୱର ସାଏ, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ, ଲୋଏର ସୁକତେଲ୍, ମୁଖ୍ୟ ଯନ୍ତ୍ରୀ ବେଲାଲ୍ ସିଂ ଭୋଇ,( ଅବସର ପ୍ରାପ୍ତ), ଶିକ୍ଷାବିତ୍ ଧର୍ମବ୍ରତ ରଥ, ପ୍ରସନ୍ନ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ତରୁଣ ମିଶ୍ର, ରତନ ମେହେର, ଡ଼ ହାଡ଼ିବନ୍ଧୁ ଶତପଥୀ, ଡ଼ କୃଷ୍ଣ ପ୍ରସାଦ ବହିଦାର, କାର୍ଟୁନିଷ୍ଟ୍  ଆର୍ଟିଷ୍ଟ  ଅବନୀ ଅଶ୍ଵିନୀ, ଡ଼.ଜୟନ୍ତ ପଣ୍ଡା Prof.SCB Cuttack,ତଥା ବିଦ୍ୟାଳୟ ର ସମସ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଯଥା ସୁହାସିନି ସରାଫ୍, ସୁଭଦ୍ରା ସ୍ବାଇଁ, ପଙ୍କଜିନୀ ଚୋପଦାର, ଲକ୍ଷ୍ମୀଧର ସାହୁ, ପ୍ରତାପ ସାଏ ପଟେଲ, ଏବଂ ବିଦ୍ୟାଳୟ ର ଉଲ୍ଲେଖନୀୟ ଅବଦାନ ସକାଶେ ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କୁ ପୁରାତନ ଛାତ୍ରୀ ସଂସଦ ତରଫରୁ ହୀରକ ଜୟନ୍ତୀ ସମିତି ତଥା ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଶତ ବାର୍ଷିକୀ ତରଫରୁ କାର୍ଯ୍ୟକ୍ରମ ର ସଫଳତା ପାଇଁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା। ଏହି ସଭାକୁ ସଂଯୋଜନା କରିଥିଲେ  ଅରୁନ୍ଧତୀ ବଢେଇ ଏଵଂ ଡ଼. ସାଗରିକା ମିଶ୍ର। ମାନପତ୍ର ପ୍ରଦାନ ଏବଂ ପୁରସ୍କାର ବିତରଣ ରେ  ସତ୍ୟାନନ୍ଦ ବିଶ୍ଵାଳ, ସରୋଜ ନାୟକ, ସନ୍ଦୀପ କୁଅଁର ଓ ନାରାୟଣ ମିଶ୍ର ସହଯୋଗ କରିଥିଲେ।   ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ପ୍ରଧାଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପୁରାତନ ଛାତ୍ରୀ, SMC କମିଟି ର ସମସ୍ତ ସଦସ୍ୟ ସଦସ୍ୟା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ସ୍ଵର ଝଙ୍କାର ର ପ୍ରୀୟଂlଶ ସାହୁ ଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ ନୃତ୍ୟ,  ସନବଡା ର ଘୁଡକା ନାଚ ଓ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ଯ କ୍ରମ ପରିବେଷଣ କରା ଯାଇଥିଲା l ଉତ୍କଣ୍ଠା ର ସହ ହଜାର ସଂଖ୍ୟାରେ ସହର ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମହିଳା, ଛାତ୍ରୀ, ପ୍ରାକ୍ତନ ଛାତ୍ରୀ ସମାଜସେବୀ, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଅତିଥି, ଆୟୋଜକ, କଳାକାର, ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like