-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଚଳିତ ଅକ୍ଟୋବର ମାସ ୨୩ ଓ ୨୪ ତାରିଖ କନଭେନସନ୍ ସେଣ୍ଟର୍ ଲୋକ ସେବା ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓଡିଶା Urban Conclave ୨୦୨୫ ରେ ସୋନପୁର ମ୍ୟୁନିସିପାଲଟି ଦ୍ଵାରା ଜନସାଧାରଣଙ୍କୁ ଆମୋଦ ପ୍ରମୋଦ ପାଇଁ ସହରାଞ୍ଚଳ ପାର୍କ ସୁବିଧା ଓ ସହରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଉନ୍ନତ ମାନର ସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ବର୍ଧିତ ଓ ପ୍ରମୁଖ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ଶ୍ରୀମତୀ ଉଷା ପାଢ଼ୀ ଦ୍ଵାରା ସୋନପୁର ପୌର ପରିଷଦକୁ ପ୍ରଶଂସା ପତ୍ର ପ୍ରଦାନ କରା ଯାଇଛି l ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ନିର୍ଦ୍ଦେଶକ ମଧ୍ୟ ଏହି ଉତ୍ସବ ରେ ଯୋଗ ଦେଇଥିବା ସୁଚନା ମିଳିଛି l