-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2025
ବଲାଙ୍ଗିର, ବଲାଙ୍ଗିର ର ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଦେବୀଙ୍କ ପୀଠରେ ୧୮୭୨ ମସିହାରେ ନୂତନ ନକ୍ସା ତିଆରି ହୋଇ ରାଜଧାନୀ ସ୍ଥାପନ ହୋଇଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୫୦ ବର୍ଷ ପୁର୍ତ୍ତି ହୋଇଯାଇଅଛି । ଏହି ଉଦ୍ଦେଶ୍ୟରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ମାଁ ପାଟଣେଶ୍ୱରୀ ଦେବୀଙ୍କର କିମ୍ବଦନ୍ତି ଓ ଐତିହ୍ୟ ଏବଂ ତନ୍ତ୍ରମନ୍ତ୍ର, ମାଁଙ୍କ ଆବିର୍ଭାବ, ଭକ୍ତମାନଙ୍କର ଆସ୍ଥା ବିଶ୍ୱାସର ଦେବୀ ଏବଂ ମାଁ ଙ୍କ ମହିମା ଆଗାମୀ ଜାନୁୟାରୀ ମାସରେ ମାଁ ପାଟଣେଶ୍ୱରୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଉଦ୍ଦେଶ୍ୟରେ ସ୍ମରଣିକା ପ୍ରକାଶିତ ହେବ । ଅବିଭକ୍ତ ବଲାଙ୍ଗିର ଜିଲ୍ଲା ବିଭିନ୍ନ ଗ୍ରାମର ଦେବାଦେବି କୁ ନେଇ ମଧ୍ୟ ଏଥିରେ ପ୍ରକାଶ ପାଇବ । ଲୋକକଥା, ପ୍ରଚୀନ ସାଂସ୍କୃତିକ ପରଂପରା ଓ ଐତିହ୍ୟ ପୂଜା ପରଂପରା ଏଥିରେ ପ୍ରକାଶ ପାଇବ ବୋଲି ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ନିବେଦନ କରୁଛି ।