-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
11-Mar-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ଅଗ୍ରେଶନ ଭବନ ପରିସର ମଧ୍ୟ ରେ ହିନ୍ଦୁ ନବବର୍ଷ ପାଳନ ନେଇ ନୂତନ କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ପୂର୍ବତନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ନୂତନ ସଭାପତି ରୂପେ ବିନୋଦ ବିହାରୀ ପାଢୀ, ସମ୍ପାଦକ ରୁପେ କୌଶିକ ସରାଫ, ଉପ ସଭାପତି ରୂପେ ରଶ୍ମି ରଂଜନ ଚଲାନ, ଯୁଗ୍ମ ସମ୍ପାଦକ ରାଜୁ ନାଇଖୋର ଏବଂ କୋଷାଧ୍ୟକ୍ଷ ଭାବରେ ବିକାଶ ବଂଶଲ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଆସନ୍ତା ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ଦିନ ମାର୍ଚ୍ଚ ୩୦ ତାରିଖ ଦିନ ନବ ବର୍ଷ ପାଳିତ ହେବା ନେଇ ପ୍ରସ୍ତୁତି ବ୍ୟାପକ କରାଯାଇଅଛି। ସଭା ରେ ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ସଞ୍ଜୟ ତିୱାରୀ, ଜଗଦୀଶ ତ୍ରିବେଦୀ, ବିନୋଦ ଅଗ୍ରୱାଲ, ନରେଶ ଅଗ୍ରୱାଲ, ଦିଲୀପ ତ୍ରିବେଦୀ, ପ୍ରଦୀପ କୁମାର ଖମାରୀ, ଜନାର୍ଦ୍ଦନ ପାତ୍ର, ସଜ୍ଜନ ଅଗ୍ରୱାଲ, ରତ୍ନାକର ସାହୁ, ସୋମେଶ ପଟ୍ଟନାୟକ, ଜୟରାମ କୈବର୍ତ୍ତ, ସହ ବହୁ ସଚେତନ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ।