-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
10-Mar-2025
ବଲାଙ୍ଗିର(ପ୍ରେରଣା ଖବର): ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ବଲାଙ୍ଗିର କେଶବ ଶାଖାର ବାର୍ଷିକ ଉତ୍ସବ ଗାନ୍ଧୀନଗର ପଡ଼ା ସାପ୍ତାହିକ ବଜାର ଠାରେ ଆଜି ଅନୁଷ୍ଟିତ ହୋଇଥଲା। ସାନ୍ଧ୍ୟ ୭ ଟା ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଗୌରୀକ ଧ୍ଵଜକୁ ପ୍ରତିଷ୍ଠା କରିବା ପରେ ସଂଘର ପୂଜନୀୟ ଭାରତ ମାତା ପ୍ରତିଷ୍ଠାତା ଡକ୍ଟର ବଳିରାମ୍ ହେଡ୍ଗଵାର, ଗୁରୁଜୀ ମାଧବ
ସଦାଶିବ ରାଓ ଗୋଲବଳକର ଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପୂଜନ କରା ଯାଉଥିଲା।ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁବ୍ରତ କୁମାର ବେହେରା ମୁଖ୍ୟ
ବକ୍ତା ଭାବରେ ଯୋଗ ଦେଇଥିଲା ବେଳେ, ଯତୀନ୍ଦ୍ର ମୋହନ ପାଠୀ ବିଭାଗ ସଙ୍ଘ ଚାଳକ, ହରିଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ଶାରୀରିକ ଓ ସଭା କାର୍ଯ୍ଯ ସମାପନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁନି ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ।