-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
10-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ସ୍ଥିତ ଡୁଙ୍ଗୁରି ବାବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ କୋଶଳ ପରିବାର ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବିଜେପୁର ଅଞ୍ଚଳର ସୁନାମଧନ୍ୟ ଡ଼ା.ସୁଶାନ୍ତ ମେହେର, ସଭାପତି ଡା.ସୁଦାମ ସାହୁ, ସମ୍ପାଦକ ଅଚ୍ୟୁତ ତ୍ରିପାଠୀ, ମନ୍ଦିର କମିଟିର ସଭାପତି ବଳରାମ ଦୀପ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଉକ୍ତ ଶିବିରରେ ସମୁଦାୟ ୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି।ରକ୍ତ ଟୋପାଏ ପାଇଁ ଲୋକଙ୍କ ଜୀବନ ଚାଲି ଯାଉଥିବା ବେଳେ,କୋଶଳ ପରିବାର ପକ୍ଷରୁ ଏଭଳି ମହତ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି। କୋଶଳ ପରିବାରର ସଦସ୍ୟ ସର୍ବଶ୍ରୀ:-ବିଜୟ ତ୍ରିପାଠୀ, ଅଶୋକ ପୂଝାରୀ,ସଞ୍ଜିତ ପଧାନ, ଅଜିତ ତ୍ରିପାଠୀ,ରସିକ ମେହେର, ସଚିତାନନ୍ଦ ପଧାନ, ମହାଦେବ ରଥ, ତ୍ରିଲୋଚନ ବେହେରା, ଅଚ୍ୟୁତା ଦାସ ପ୍ରମୁଖଙ୍କ ସହଯୋଗ ଏବଂ ପରିଚାଳନାରେ ଖୁବ ସୁନ୍ଦର ଭାବେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମାପନ ହୋଇଥିବାରୁ କୋଶଳ ପରିବାରର ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।