-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
10-Mar-2025
ଯାଜପୁର(ରଞ୍ଜିତ ମହାନ୍ତି): ଆଜି ସକାଳୁ ଏକ ଦୁର୍ଘଟଣାରେ ଜଣେ ଖେଳ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି । ବାଲିଆପାଳ ସ୍ଥିତ ସନ୍ଥନ ମହାବିଦ୍ୟାଳୟର ଖେଳ ଶିକ୍ଷକ ବିଜନ ବିହାରୀ ଦାସ ନିଜ ବାଇକରେ କଲେଜ ଯାଉଥିଲା ବେଳେ ବରୀ ମାଉଣ୍ଡ ବଜାରରେ ତାଙ୍କ ବାଇକ ଉପରକୁ ଏକ ମାଙ୍କଡ ଡେଇଁ ଥିଲା । ଫଳରେ ସେ ଭାରସାମ୍ୟ ହରାଇ ପଡି ଯାଇଥିଲେ । ପଡି ଯିବା ଦ୍ୱାରା ତାଙ୍କ ବାମ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।