-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
10-Mar-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଅଗ୍ରସେନ ଧର୍ମଶାଳା ପରିସର ମଧ୍ୟରେ ଖଡିଆଳ ମହିଳା ମଣ୍ଡଳ ଓ ନବଜ୍ୟୋତି ଶାଖା ମିଳିତ ଆନୁକୁଲ୍ୟରେ ମହିଳା ଦିବସ ଅବସରରେ ୧୦ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମହିଳା ମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ସେବା ମନୋବୃତ୍ତି ପାଇଁ ଉଚ୍ଚ ପ୍ରଶଂସିତ ହେଉଥିବା ବେଳେ ତାଙ୍କ ଅବଦାନ ସମାଜ ପାଇଁ ଅନେକ ସହାୟକ ହୋଇ ପଥ ପ୍ରଦର୍ଶକ ହୋଇଥାଏ। ଖଡିଆଳ ମାରୱାଡ଼ି ୟୁବାମଞ୍ଚ ର ଅନେକ ଶାଖା ରହିଥିବା ବେଳେ ମହିଳା ମଣ୍ଡଳ ଓ ନବଜ୍ୟୋତି ଶାଖା ମିଳିତ ରୂପେ କୋମନା, ଖଡିଆଳ, ବୋଡ଼େନ ଏବଂ ସିନାପାଲି ଅଞ୍ଚଳ ରେ କାର୍ଯ୍ୟ ରୁ ଅବସର ନେଇଥିବା ସ୍ବାସ୍ଥ୍ୟ କର୍ମୀ ଏବଂ କାର୍ଯ୍ୟ ସମ୍ପାଦନ କରିଥିବ କର୍ମୀଙ୍କୁ ନେଇ ତାଙ୍କ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ବିଶେଷ କରି କୋଭିଡ ମହାମାରୀ ସମୟ ରେ ତାଙ୍କ ଅବଦାନ ଅତୁଳନୀୟ ଅଟେ ବୋଲି ମତବ୍ୟକ୍ତ କରିଛନ୍ତି। ମହିଳା ମଣ୍ଡଲ ପକ୍ଷ ରୁ ସରିତା ସୋନି, ସ୍ନେହ ଲତା ଜୈନ୍, କମଳା ଜୈନ୍, ପୁନମ ଅଗ୍ରୱାଲ, ନବଜ୍ୟୋତି ପକ୍ଷ ରୁ ସଙ୍ଗୀତା ବଂଶଲ୍, ନିଲମ୍ ଜୈନ୍, ନମିତା ଜୈନ୍, ଅଞ୍ଜନା ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ। ଜ୍ୟୋତି ସେନାପତି ସମ୍ବର୍ଦ୍ଧିତ ହୋଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ପାଇଁ ଆହ୍ବାନ କରିଥିଲେ।