-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
17-Feb-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ବୁଢିମାଲ ଠାରେ ବରଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭୀଷ୍ମଦେବ ପଟେଲଙ୍କ ଅଧ୍ୟକ୍ଷତାରେ କୋଶଳିଆ ମାଳୀ ସମାଜର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟ ଦେବତା ଶ୍ରୀ ଶ୍ରୀ କୋଶଳେଶ୍ବର ମହାଦେବଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା।ପ୍ରାରମ୍ଭରେ ଅଞ୍ଚଳ ସ୍ତରରୁ ରାଜ୍ୟ ସ୍ତରୀୟ ସଂଗଠନ ଗୁଡ଼ିକର ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଉପରେ ସଭାପତି ଆଲୋକପାତ କରିଥିଲେ । ତାଙ୍କ ପ୍ରସ୍ତାବ କ୍ରମେ ଗତ ମାସ ଇହଧାମ ତ୍ୟାଗ କରିଥିବା "ରାଜ୍ୟ କୋଶଳିଆ ମାଳୀ ସମାଜ ବିକାଶ ପରିଷଦ" ର ପ୍ରତିଷ୍ଠାତା ସଭାପତି ଶେଷଦେବ ପୁଟେଲଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ସମୟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବୁଢିମାଲ ଅଞ୍ଚଳ ତରଫରୁ ବଣାଇପାଲି ଗ୍ରାମର ବୟୋଜ୍ୟେଷ୍ଠ ସାମାଜିକ କର୍ମୀ ବୁଡୁ ପଟେଲଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମକର୍ତ୍ତା - ଜିଲ୍ଲା ସଭାପତି ଭୀଷ୍ମଦେବ ପଟେଲ ଉପ-ସଭାପତି ସୁବଳ ପଟେଲ, ସମ୍ପାଦକ ଶାନ୍ତନୁ ପଟେଲ ତଥା ବରପାଲି ଅଞ୍ଚଳରୁ ଗଙ୍ଗାଧର ପଟେଲ, ବିଜେପୁରରୁ ନିର୍ମଳ ପଟେଲ, ପ୍ରହଲ୍ଲାଦ ପଟେଲ ଓ ପ୍ରେମରାଜ ପଟେଲ, ଘେଁସରୁ ଦୟାନିଧି ପଟେଲ, ଗାଇସିଲେଟରୁ ପ୍ରବୀଣ ପଟେଲ, ପଦ୍ମପୁରରୁ ଲୋକନାଥ ପଟେଲ, ଧୂମାଭଟାରୁ ଲଳିତ ପଟେଲ, ପାଇକମାଲରୁ ଅଶ୍ବିନୀ ପଟେଲ ଓ ସନ୍ତୋଷ ପଟେଲ ,ଝାରବନ୍ଧରୁ ରାଜେନ୍ଦ୍ର ପଟେଲଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବୁଡିମାଲ ଅଞ୍ଚଳ କମିଟି ପୁନର୍ଗଠନ ପାଇଁ ଜଗଦୀଶ ପଟେଲ ପ୍ରସ୍ତାବ ଦେଇଥିବା ବେଳେ ଏହା ଉପରେ ଆଲୋଚନା ହୋଇ ସର୍ବ ସମ୍ମତି କ୍ରମେ ଅଲେଖ ପଟେଲଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ସମ୍ପୂର୍ଣ୍ଣ କମିଟୀକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ମନୋନୀତ କରାଯାଇଛି । ଜିଲ୍ଲା ସଭାପତି ନବ ଗଠିତ କମିଟିକୁ ସମାଜ ସମ୍ବିଧାନ ଅନୁସାରେ ଦାୟିତ୍ବ ଓ କର୍ତ୍ତବ୍ୟ ପାଳନ ନିମିତ୍ତ ଶପଥ ପାଠ କରା ଯାଇଥିଲା । ସଭାର ଶେଷ କାର୍ଯ୍ୟକ୍ରମରେ ବିଜେପୁର ଓ ପାଇକମାଲ ଅଞ୍ଚଳର ବିବାହିତ ଦମ୍ପତିଙ୍କ ଭିତରେ ଥିବା ମନୋମାଳିନ୍ୟକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା ।