-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
17-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବାବା ରଣେଶ୍ଵର ରାମଚଣ୍ଡୀ ମନ୍ଦିର ମୁକ୍ତିପିଠ ଶ୍ରୀଶ୍ରୀ ନୃସିଂହନାଥ ଠାରେ ପାଇକମାଲ ଶାଖା କେନ୍ଦ୍ରର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି ।ବାର୍ଷିକ ଉତ୍ସବରେ ସମସ୍ତ ଗ୍ରାମର ଜାତି ଭାଇମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ।ପୁରୁଷୋତ୍ତମ ପ୍ରଧାନଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।କୋଷାଧ୍ୟକ୍ଷ ଶ୍ରୀ କର୍ମୁ ବିଶ୍ଵାଳ ବାର୍ଷିକ ଆୟ ବ୍ୟୟ ପଠନ କରିଥିଲେ। ସଭାରେ ନୂତନ ସଭାପତି ଓ ଉପସଭାପତି ଚୟନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ହାଡୁ ସାହୁ ସଭାପତି ଓ ଶ୍ରୀଯୁକ୍ତ ଚତୁର୍ଭୁଜ ସାହୁଙ୍କୁ ଉପସଭାପତି ଭାବରେ ଚୟନ କରାଯାଇଥିଲା। ସଭା ଶେଷରେ ଶ୍ରୀ ଶରତ ଚନ୍ଦ୍ର ବାରିକ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।