-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||     

HOME   ଜିଲ୍ଲା

ମେଣ୍ଡାକୁ ବ୍ଲକଘୋଷଣା ଦାବିନେଇ ସର୍ବସାଧାରଣ ବୈଠକ

16-Feb-2025



ତରଭା(ପ୍ରେରଣା ଖବର): ରାଜ୍ୟରେ ନୂତନ ବ୍ଲକପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ବିଭିନ୍ନ ସ୍ଥାନରେ ନୂତନ ବ୍ଲକ ଗଠନ ନେଇ ଦାବି ଉଠିଛି । ସେହିକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା ଗ୍ରାମପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ତେଜିଛି । ମେଣ୍ଡାକୁ ବ୍ଲକ ଘୋଷଣା କରିବା ଦାବି ଆଜିର ନୁହଁ । ଦୀର୍ଘ ୩୫ବର୍ଷ ହେଲା ମେଣ୍ଡା ଗଡତି ଅଞ୍ଚଳକୁ ନେଇ ଏକ ନୂତନ ବ୍ଲକଗଠନ କରିବାକୁ ସରକାରଙ୍କ ପାଖରେ ଦାବି ହୋଇ ଆସୁଛି । ଆଜି ମେଣ୍ଡା ଗୋପାଳଜୀ ମନ୍ଦିର ସମ୍ମୁଖରେ ଅଞ୍ଚଳବାସୀଙ୍କୁ ନେଇ ଏକ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠକ ଇଂ.ମୁକୁନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁସଂଖ୍ୟାରେ ଲୋକମାନେ ଯୋଗଦେଇ ବ୍ଲକଗଠନ ନେଇ ନିଜସ୍ୱ ମତ ଦେଇଥିଲେ । ଏଥିରେ ଐତିହାସିକ ଗ୍ରାମ ମେଣ୍ଡାରେ ବ୍ଲକ କରାଯିବାକୁ ପ୍ରସ୍ତାବ କରାଯାଇଛି । ଏହି ନୂତନ ବ୍ଲକରେ ମେଣ୍ଡା, ରାଣିସର୍ଡା, ଦେଉଳପଦର, ପାଇକବାହାଲ,ପୁଆ,ଜରାଜାରିଂ,ନାରାୟଣପୁର,ବଲାଡି,ଛକୋରମାଲ ଓ ଶିବତଳା ପଞ୍ଚାୟତକୁ ନେଇ ଗଠନ କରାଯିବାକୁ ପ୍ରସ୍ତାବ କରାଯାଇଛି । ଠିକ ସେହିପରି ପଞ୍ଚାୟତମାନଙ୍କର ଲୋକପ୍ରତିନିଧି ତଥା ଗ୍ରାମପଞ୍ଚାୟତର ସହମତି ନେବାକୁ ଆଗକୁ ସମସ୍ତଙ୍କୁ ଯୋଗାଯୋଗ କରାଯିବାକୁ ଏକ କୋର କମିଟି ଗଠନ କରାଯାଇଛି । ଏଥିରେ ସନାତନ କର୍ମିଙ୍କୁ ସଂଯୋଜକ ଭାବରେ ମନୋନିତ କରାଯାଇଥିବା ବେଳେ ସବ୍ୟସାଚୀ ଦଣ୍ଡସେନା,ବିଭୁତି ଝାଙ୍କର,ରାଜେନ୍ଦ୍ର ପଣ୍ଡା,କିଶୋର ପଣ୍ଡା,ବାଳଗୋପାଳ କର୍ମି,ଜିତେନ୍ଦ୍ରିୟ ପଣ୍ଡା,ଭୀକାରୀ ମେହେର,ସନ୍ତୋଷ ଦାସ,ବୃନ୍ଦାବନ ବାଦୀ,ତୀର୍ଥ ମହାକୁର, ଧନ୍ୟବାନ କଠାର,ହୃଷିକେଶ ପାତ୍ର,ଅନିରୁଦ୍ଧ ଟାଲି,ପ୍ରସାଦୀ କର୍ଣ୍ଣ,ଟଙ୍କଧର ମେହେର ପ୍ରମୁଖ ରହିଛନ୍ତି । ପ୍ରସ୍ତାବିତ ବ୍ଲକ ଅଞ୍ଚଳର ପଞ୍ଚାୟତ ପ୍ରତିନିଧି ଓ ଲୋକପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏମାନେ ଭେଟି ଆଲୋଚନା କରିବେ । ମେଣ୍ଡାକୁ ବ୍ଲକ ଘୋଷଣା କରିବା ଦାବିକୁ ଲୋକାଭିମୁଖି କରିବାକୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଯୁବକମାନେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କୋର କମିଟି ଜନସଂମ୍ପର୍କ କରିବା ପରେ ଫେବୃୟାରୀ ୨୩ ତାରିଖରେ ଦ୍ୱିତୀୟ ବୈଠକ କରିବାକୁ ପ୍ରସ୍ତାବ କରାଯାଇଛି ।
    ପ୍ରକାଶ ଯେ,ସୋନପୁର ଗଡଜାତ ସମୟରୁ ମେଣ୍ଡା ଅଞ୍ଚଳ ଏକ ପ୍ରମୁଖ ଅଞ୍ଚଳ ହୋଇରହିଆସିଛି । ଗଡଜାତ ରାଜ୍ୟ ସମୟରେ ମେଣ୍ଡା ଏକ ଗଡଥିଲା ଓ ଏହାର ଗଡତ୍ୟାଙ୍କ ଅଧିନରେ ପ୍ରାୟ ୫୫ଟି ଗ୍ରାମ ରହିଥିଲା । ସେହି ସମୟରେ ମେଣ୍ଡାରେ ରାଜାଙ୍କ ଧାନଘର ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ଏକ ଥାନା ରହିଥିଲା । କିନ୍ତୁ ସ୍ୱାଧିନତା ପରେ ଏହି ଅଞ୍ଚଳକୁ ଅବହେଳିତ କରି ରଖାଗଲା । କିନ୍ତୁ ତଥାପି ଅଞ୍ଚଳର ଲୋକଙ୍କ ଉଦ୍ୟମରେ ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ହାଇସ୍କୁଲ ଠାରୁ ଆରମ୍ଭ କରି ଡିଗ୍ରୀ କଲେଜ ପର୍ଯ୍ୟନ୍ତ ଅନୁଷ୍ଠାନ ଖୋଲା ଯାଇ ପରିଛି । ସେହିପରି ଡାକ୍ତରଖାନା, ପଶୁ ଡାକ୍ତରଖାନା, ଫାଣ୍ଡି ଇତ୍ୟାଦି ଚାଲିଛି । ଶାସନ ବ୍ୟବସ୍ଥାକୁ ଦେଖିଲେ ଏବେ ତରଭା ବ୍ଲକଅଧିନରେ ରହିଛି । କିନ୍ତୁ ରାଣୀସର୍ଡାର ଶେଷ ଗାଁ କୁମୁଣ୍ଡେଠାରୁ ବ୍ଲକ କାର୍ଯ୍ୟାଳୟର ଦୂରତା ପ୍ରାୟ ୩୫ କିମି ରହିଛି । ମେଣ୍ଡାରୁ ମଧ୍ୟ ବ୍ଲକ କାର୍ଯ୍ୟାଳୟକୁ ୨୫କିମି ରହିଛି । ସରକାର ଦ୍ୱାର ମୁହଁରେ ପ୍ରଶାସନ କଥା କହୁଥିବା ବେଳେ ଏହି ଅଞ୍ଚଳର ଲୋକେ ସରକାରୀ କାର୍ଯ୍ୟ ପାଇଁ ୨୫ କିମି ଦୂରରେ ଥିବା ବ୍ଲକ କାର୍ଯ୍ୟାଳୟକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ସେହି ଦୃଷ୍ଟିରୁ ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ମେଣ୍ଡାଠାରେ ବ୍ଲକ କାର୍ଯ୍ୟାଳୟ କରିବାକୁ ଦାବି ହୋଇ ଆସୁଛି । ୯୦ ଦଶକରୁ ମେଣ୍ଡାକୁ ବ୍ଲକ ଘୋଷଣା କରିବାକୁ ଦାବି ହୋଇ ଆସୁଛି । ଏବେ ମୋହନ ସରକାର ନୂତନ ବ୍ଲକ ପୁନର୍ଗଠନ ପ୍ରକ୍ରୀୟାରେ ମେଣ୍ଡାକୁ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ସମସ୍ତଙ୍କ ସମ୍ମତିରେ ଖୁବଶୀଘ୍ର  ବ୍ଲକପୁନର୍ଗଠନ ନେଇ ଏକ ଚିଠାପ୍ରସ୍ତାବ କରାଯାଇ ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ତଥା ରାଜ୍ୟସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ପ୍ରସ୍ତାବ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026

You Might Also Like