-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
16-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ରୁ ନିରବଚ୍ଛିନ୍ନ ଭାବରେ ଦୀର୍ଘ ୩୦ ବର୍ଷ ହେଲା ପ୍ରକାଶିତ ହୋଇ ଆସୁଥିବା ଶିଶୁ କିଶୋର ପତ୍ରିକା ଯୁଗୋପଯୋଗୀ ସୁବର୍ଣ୍ଣଦୀପର ସଂପାଦକ ପ୍ରଦୀପ୍ତଭାନୁ ମହାନ୍ତିଙ୍କୁ "ପ୍ରିୟପତ୍ର" ର ବାର୍ଷିକ ଉତ୍ସବ ପାଳନ ଅବସରରେ ପୁରୀ ଠାରେ ସମ୍ମାନୀତ କରାଯାଇଛି । ପତ୍ରିକାର ସଂପାଦକ ବିପିନ ବିହାରୀ ଦଳେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ କୈଲାସ ଚନ୍ଦ୍ର ଟିକାୟତ ରାୟ, ବିଜୟଲକ୍ଷ୍ମୀ ଦାଶ ମିଶ୍ର ଓ ଡ. ତୋଫାନ ଜେନା ମାନପତ୍ର ଉପଢୌକନ ଦେଇ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସାରସ୍ବତ ସମାରୋହରେ ରାଜ୍ୟର ବହୁ ସାରସ୍ବତ ସାଧକ ଯୋଗଦାନ କରିଥିଲେ । ବରଗଡ଼ ଜିଲ୍ଲାର ବହୁ ଅନୁଷ୍ଠାନ ତଥା ସାହିତ୍ଯ ସାଧକମାନେ ପ୍ରଦୀପ୍ତଭାନୁ ମହାନ୍ତି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।