-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
15-Feb-2025
(ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ, ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ପଞ୍ଚାୟତ ସଭାଗୃହରେ "ବିକଶିତ ଗାଁ ବିକସିତ ଓଡିଶା " ଅଭିଯାନ ଅନୁସାରେ ଏକ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ଥାନିୟ ସରପଞ୍ଚ ଶ୍ରୀମତୀ ରଙ୍ଗୀତା ପାତ୍ର ସଭାପତି ଥିବାବେଲେ ସମିତି ସଭ୍ଯ ଶ୍ରୀଯୁକ୍ତ ବସନ୍ତ ମାଝି ,ନାଏବ ସରପଞ୍ଚ ଶ୍ରୀଯୁକ୍ତ ବୀରବାହୁ ମାଝି, ପି.ଇ.ଓ. ଶ୍ରୀଯୁକ୍ତ ସଂଜୟ ପ୍ରଧାନ ଏବଂ ଜି.ଆର.ଏସ. ଶୁଶ୍ରୀ ପଙ୍କଜିନୀ ମାଝି ମଞ୍ଚାସୀନ ଥିବାବେଲେ ସମସ୍ତ ଓ୍ବାର୍ଡ ସଭ୍ଯ ସଭ୍ଯା, ପଞ୍ଚାୟତ କର୍ମଚାରି, ସମାଜସେବୀ ଅରବିନ୍ଦ ହୋତା ସମେତ ଚଟିଆଗୁଡା, ସାଗୁନଭାଡି ଏବଂ ମହୁଲପଡା ଗ୍ରାମ ର ବହୁସଂଖ୍ୟକ ଜନସାଧାରଣ ଏହି ସଭାରେ ଉପସ୍ଥିତ ରହିଥିଲେ । ପି.ଇ.ଓ. ଶ୍ରୀଯୁକ୍ତ ପ୍ରଧାନ ମହୋଦୟ ଏହି ସ୍ବତନ୍ତ୍ର ଗ୍ରାମସଭା ର ଉଦ୍ଦେଶ୍ଯ ଗ୍ଯାପନ କଲାପରେ ସମାଜସେବୀଙ୍କ ଅରବିନ୍ଦ ହୋତା ଚଟିଆଗୁଡା, ସାଗୁନଭାଡି ଏବଂ ମହୁଲପଡା ଗ୍ରାମ କୁ ଯାଇ ଗ୍ରାମ ଉନ୍ନୟନ ସକାସେ ଜନମତ ସଂଗ୍ରହ କରିଥିବା ବିଭିନ୍ନ ଦାବି ଉପସ୍ଥାପନା କରିଥିଲେ, ତା ସହିତ ସମସ୍ତ ଗ୍ରାମ ବାସୀ ବିଷେଶ ଚର୍ଚ୍ଚା କରି ନିଜ ନିଜ ଦାବି ମଧ୍ଯ ଏହି ସଭାରେ ଉପସ୍ଥାପନା କରିଥିଲେ । ପି.ଇ.ଓ. ସାର ଏହି ସବୁ ଦାବିପତ୍ର ଗ୍ରହଣ କରି ପଞ୍ଚାୟତ ରେଜିଷ୍ଟର ରେ ଲିପିବଦ୍ଧ କଳେ। ହସ୍ତାକ୍ଷର ଅଭିଯାନ ସରିଲା ପରେ ଧନ୍ୟବାଦ ଅର୍ପଣକରି ସଭାଟିକୁ ସାଙ୍ଗ କରାଗଲା ।