-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
14-Feb-2025
ଭୁବନେଶ୍ୱର(ପ୍ରେରଣା ଖବର): ଓଡ଼ିଶାର ଐତିହ୍ୟ ତଥା ଐତିହାସିକ ଭଞ୍ଜକଳା ମଣ୍ଡପର ଐତିହ୍ୟ ନଷ୍ଟ କରିବା ଉଦ୍ଦେଶ୍ୟରେ ମଣ୍ଡପର ସମ୍ମୁଖ ଭାଗରେ ମେଘନାଦ ପାଚେରୀ କେଉଁ ଉଦ୍ଦେଶ୍ୟରେ । ତାହା ସାହିତ୍ୟ ଓ ସଂସ୍କୃତି ପ୍ରେମିଙ୍କ ମନରେ ଘୋର ନୈରାଶ୍ୟ ଦେଖା ଦେଇଛି । ଓଡ଼ିଶା ନାଟ୍ୟ ଆନ୍ଦୋଳନର ଜନ୍ମ ବେଦୀର ଐତିହ୍ୟ ନଷ୍ଟ ନ ହେଉ ବୋଲି ସାହିତ୍ୟିକ ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ମଣ୍ଡପ ସମ୍ମୁଖରେ ଆଦିକବି ସାରଳା ଦାସ , ଅତିବଡି ଜଗନ୍ନାଥ ଦାସ , ବଳରାମ ଦାସଙ୍କ ଭଳି ମହାନ ସନ୍ଥ ମାନଙ୍କର ପ୍ରତିମୂର୍ତ୍ତି ଥିବା ବେଳେ କିପରି ବଡ଼ ବଡ଼ ଗଛ ସହିତ ସୌନ୍ଦର୍ଯ୍ୟ ଭରା ସ୍ଥାନକୁ କିପରି ମେଘନାଦ ପାଚେରୀ ଦ୍ୱାରା ଆବଧ କରାଯାଉଛି ତାଙ୍କ ସାଧାରଣରେ କ୍ଷୋଭ ସୃଷ୍ଟି କରିଛି । ଭାଷା ଆନ୍ଦୋଳନ ,ଓଡିଶା ତରଫରୁ ପ୍ରତିବାଦ ପ୍ରକାଶ ପାଇବା ସହ ତୁରନ୍ତ ଯଥା ସ୍ଥିତି ଫେରାଇ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ମଣ୍ଡପର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ମଣ୍ଡପର ସମ୍ମୁଖ ଭାଗକୁ ସଙ୍କୁଚିତ କରିବା ପାଇଁ କିଏ କାହାକୁ ପରିମିସନ୍ ଦେଇଚି ତାହା ତଦନ୍ତ କରି ସାଧାରଣରେ ପ୍ରକାଶ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ବୋଲି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଏକ ପ୍ରେସ ବାର୍ତ୍ତା ରେ କହିଛନ୍ତି ।