-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
14-Feb-2025
(ଡୋଲେଶ୍ୱର ବାଗ )
ଇଣ୍ତିଆନ୍ ଇନଷ୍ଟିଚ୍ଯୁଟ ଅଫ ଏଡ଼ୁକେଶନ ଆଣ୍ତ କେୟାର ପକ୍ଷରୁ ଭୁବନେଶ୍ୱର ଠାରେ ବିଶ୍ୱ ରେଡ଼ିଓ ଦିବସ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ରେଡ଼ିଓ ସ୍ୱର ସଙ୍ଗମକୁ "ସୁରଭି ପ୍ରଜ୍ଞା ସମ୍ମାନ ୨୦୨୫" ରେ ସମ୍ମାନିତ କରାଯାଇଛି। ରେଡ଼ିଓ ସ୍ୱର ସଙ୍ଗମର ନିର୍ଦ୍ଦେଶକ ତ୍ରିନାଥ ମେହେର, ପରିଚାଳକ ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ଟେକନିସିଆନ୍ ଲିଙ୍ଗରାଜ ଜଗତ କାର୍ଯ୍ଯକ୍ରମରେ ଯୋଗଦାନ କରି ଏହି ସମ୍ମାନ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ଯକ୍ରମର ଟେକ୍ନିକାଲ ଅଧିବେଶନରେ ଶ୍ରୀମେହେର ଅତିଥି ଭାବରେ ମଧ୍ଯ ମଂଚାସିନ ରହି ନିଜ ମତ ରଖିଥିଲେ। ରେଡ଼ିଓ ସ୍ୱର ସଙ୍ଗମର ଏହି ସଫଳତାରେ ଅଂଚଳରେ ଆନନ୍ଦ ପ୍ରକାଶ ପାଇବା ସହ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଯାଇଛି।