-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
14-Feb-2025
ପୁଇଁତଲା, (ପ୍ରେରଣା ଖବର) ପୁଇଁତଲା ବ୍ଲକ ପିପିର୍ଡl ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ ରୁବି ବାବୁ ଙ୍କ ସଭାପତିତ୍ବରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାର ଙ୍କ ବିକଶିତ ଗାଁ ବିକଶିତ ଓଡିଶା କୁ ଆଖି ଆଗରେ ରଖି ଆଗାମୀ ଦିନରେ ପଂଚାୟତ କିଭଳି ଉନ୍ନତ ହେବ ଉକ୍ତ ଗ୍ରାମସଭା ରେ ଆଲୋଚନା ହୋଇଥିଲା l ଯେଉଁଟା କି ପଂଚାୟତ ର ବିଭିନ୍ନ ଗ୍ରାମରେ ଆବଶ୍ୟକ ରାସ୍ତା, ଗାଧୁଅ ପାହାଚ, କଲଭର୍ଟ, ବିଭିନ୍ନ ପ୍ରକାର ମନ୍ଦିର ନିର୍ମାଣ ସହ ଉନ୍ନତିକରଣ, କଲ୍ୟାଣ ମଣ୍ଡପ ଆଦିସବୁ ପ୍ରସ୍ତାବ ଆଗତ କରାଗଲା l ଉକ୍ତ ଗ୍ରାମସଭା ରେ ପିଇଓ ବାଙ୍କାବିହାରୀ ଖମାରି, ନାଏବ ସରପଞ୍ଚ ନୀଳାମ୍ବର ପଧାନ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିବା ବେଳେ ଗ୍ରାମ୍ୟ କମିଟି ସଦସ୍ୟ ସମେତ ଅଙ୍ଗନୱାଡି କର୍ମୀ, ଆଶା, ପଂଚାୟତ ର ସମସ୍ତ ଗାଁ ରୁ ଆସିଥିବା ଜନସାଧାରଣ ମଧ୍ୟ ଉପସ୍ଥିତ ରହି ଗ୍ରାମସଭା ରେ ସହଯୋଗ କରିଥିଲେ l