-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
14-Feb-2025
ଆଗଲପୁର, (ବିନୋଦ ଦୀପ) ଶୁକ୍ରବାର ଆଗଲପୁର ବ୍ଳକ ବକଟି ସ୍ଥିତ ଉଷା ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରିୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ସି.ଆର୍.ସି.ସି. ବାବୁଲାଲ ସାହୁ ଙ୍କ ସଂଯୋଜକ ଏବଂ ପ୍ରଧାନ ଶିକ୍ଷକ ଦେବରାଜ ବାରିକଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ବଂଶିଧର ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀବତ୍ସ ଭୋଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବକଟି କ୍ଳଷ୍ଟର ର ସାତଟି ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ଦ୍ଵାରା ପ୍ରସ୍ତୁତ କରିଥିବା ମୈଲିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟରେ ବିଭିନ୍ନ ଶିକ୍ଷଣ ସାମଗ୍ରୀ କୁ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସର୍ବ ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନିପୁଣ ଓଡିଶା ଗିତ ବୋଲାଯାଇଥିଲା ଓ ଛାତ୍ର ପ୍ରତିଜ୍ଞା କରାଯାଇଥିଲା। ପରେ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ ଶିକ୍ଷଣୀୟ ସାମଗ୍ରୀ ଗୁଡିକୁ ବେସ୍ ଉତ୍ସାହ ର ସହିତ ବୁଲି ଦେଖିଥିଲେ l କାର୍ଯ୍ୟକ୍ରମ ର ଉଦ୍ଜାପନି ସଭାରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l