-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସଭାଗୃହରେ ପରିଚାଳନା କମିଟୀ ସଭାପତି ଅଗସ୍ତି ମଲିକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାର୍ଷିକ ଉତ୍ସବ କରିବା ନେଇ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠ ପ୍ରସ୍ତାବ ଦେଇଥିଲେ। ଉକ୍ତ
ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗ୍ରହଣ କରି ଚଳିତ ମାସ ଶେଷ ସପ୍ତାହରେ କରିବାକୁ ସ୍ଥିର ହେଲା। ଉକ୍ତ ବୈଠକରେ ପରିଚାଳନା କମିଟିର ଉପ ସଭାପତି ସୁଶାନ୍ତ ମାଝୀ,ସଂପାଦକ ରଞ୍ଜିତ ରଣା, ଉପଦେଷ୍ଠା ବିରେନ୍ଦ୍ର ପ୍ରସାଦ ଦେହୁରୀ,ଦେଓ କୁମାର ବେହେରା, ସସ୍ମିତା ରଣା, ସମସ୍ତ ସଦସ୍ୟଙ୍କ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ। କୋଷାଧ୍ୟକ୍ଷ ଦେବେନ୍ଦ୍ରନାଥ ରଣା ଧନ୍ୟବାଦ ଦେଇଥିଲେ।