-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2024
ଡୁଙ୍ଗୁରିପାଲି, ତା ୫/୯ (ପ୍ରେରଣା ଖବର):ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଙ୍କ ମାର୍ଗଦର୍ଶନ ରେ ବିଦ୍ୟାଳୟ ସଭା ଗୃହରେ ଗୁରୁ ଦିବସ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ହିନ୍ଦି ଶିକ୍ଷକ ନନ୍ଦିଘୋଷ ବାରିକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭା ର ପ୍ରାରମ୍ଭ ରେ ଛାତ୍ର ଛାତ୍ରୀ ମାନେ ଗୁରୁମାନଙ୍କୁ ଫୁଲ, ଚନ୍ଦନ ଲଗାଇବା ସହ ଗୁରୁଙ୍କ ପଦଧୌତ କରି ଗୁରୁବନ୍ଦନା କରିଥିଲେ। ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ, ଅତିଥି ଶିକ୍ଷକ ନରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଆମ ଦେଶର ଗୁରୁ ଶିଷ୍ୟ ପରମ୍ପରା ର ସ୍ମୃତିଚାରଣ କରିଥିଲେ। ଗୁରୁ ସବୁବେଳେ ସମାଜ ର ହିତସାଧନ କରନ୍ତି ଓ ପ୍ରେରଣାଦାୟୀ ହୋଇଥାନ୍ତି ବୋଲି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଛାତ୍ରୀ ଜମନିକା ନାୟକ ଓ ଅର୍ଚ୍ଚିତା ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଦଶମ ଶ୍ରେଣୀ ର ଛାତ୍ରୀ ମନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ପୂଜା , ଝରଣା, ଲିପ୍ସା, କ୍ରିଶ୍ ,ଶୁଭଶ୍ରୀ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଗୁରୁଙ୍କ ଭୂମିକା ଛାତ୍ର ଛାତ୍ରୀ ଜୀବନରେ କେତେ ମହତ୍ତ୍ଵ ରଖେ ତାହା ପ୍ରକାଶ କରିଥିଲେ। ଶେଷରେ ଆଲୁମିନୀ ସଦସ୍ୟ କିରଣ କୁମାର୍ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭାରେ ସ୍ନିଗ୍ଧା ପ୍ରଧାନ, ବିଭୀଷଣ ଖମାରୀ, ମିନିକେତନ୍, ସୁରଜ୍ ,ସମୀର ଉପସ୍ଥିତ ରହି ସହଯୋଗ କରିଥିଲେ।