-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
23-Aug-2024
ଲୋଇସିଂହା, (ବିନୋଦ ଦୀପ) ଘରୁଘରୁ ବାହାରୁଥିବା କଠିନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନାର ଶୁଭାରମ୍ଭ ବୁଢ଼ୀପଦର ପଂଚାୟତ ରୁ ଆଜି ଶୁଭାରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଲୋଇସିଂହା ବିଡ଼ିଓ ଶ୍ରୀ ଅକ୍ଷୟପାଣି ଉଦ୍ଦୁ, ଜିପିଓ କିଶୋରଚନ୍ଦ୍ର ମାନସିଂହ, ବିଆରସି ଛବିଳ କୁମାର ବେହେରା, ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ, ପିଇଓ ପ୍ରହଲ୍ଲାଦ ବେହେରା, ଏମବିକେ ରଜନୀ ବିଶି, ସମାଜସେବୀ ଯୁଧିଷ୍ଠିର ପଧାନ, ଗ୍ରାମ ପଂଚାୟତ ର ସମସ୍ତ ଏସଏଚଜି, ୱାର୍ଡ଼ମେମ୍ବର ଓ ଜନସାଧାରଣ ଙ୍କୁ ନେଇ ଏକ ବୈଠକ ବସିଥିଲା l ଗ୍ରାମ ପରିକ୍ରମା ସହ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା l ବିଡ଼ିଓ ଶ୍ରୀ ଉଦ୍ଦୁ ଗ୍ରାମ ପଞ୍ଚାୟତକୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା କରିବା ପାଇଁ ଉଦବୋଧନ ଦେଇଥିଲେ l