-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
25-Jul-2024
ବରଗଡ଼ (ପବିତ୍ର ମେହେର ): ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ରୁଚିଦାରେ ଶିକ୍ଷା ସପ୍ତାହ ପାଳନ ଅବସରରେ ସାଂସ୍କୃତିକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ନୃତ୍ୟଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।ମନୀଷା ମେହେର, ତ୍ରିବେଣୀ ଭୋଇ,ଧରିତ୍ରୀ ଭୋଇ, ମନ୍ଦାକିନୀ ଭୁଏ, ଭୋପେଶ ସାହୁ, ଅର୍ପିତା ମେହେର, ଜିତେଶ୍ୱରୀ ସୁନାଙ୍କ ଦ୍ବାରା ପ୍ରଦର୍ଶିତ ନୃତ୍ୟ ଓ ସଙ୍ଗୀତ ବେଶ୍ ଆକର୍ଷଣୀୟ ହୋଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ହରବଲ୍ଲଭ ପ୍ରଧାନ, ସୁବୋଧ ଭୋଇ, ପ୍ରଭାତ କୁମାର ନାୟକ, ବଳରାମ ରଣା, ତରଣୀସେନ୍ ପଧାନ ,ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର,ମେନକା ସୁନା ଓ ତନୟା ଡନସନା,ସବିତା ଦେହେରୀ, ପୁଷ୍ପାଙ୍ଗିନୀ ଭୁଏ ଓ ବିନି ସାହୁ ସକ୍ରିୟ ସହଯୋଗ କରିଥିଲେ।