-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
25-Jul-2024
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ):ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତ ଉପରୁ ହଠାତ୍ ପିଓପି ଅତଡ଼ା ଖସି ପଡ଼ିବାରୁ ଅଳ୍ପକେ ବର୍ତ୍ତି ଗଲେ ନବଜାତ ଶିଶୁ ଓ ମାଁ। ସୂଚନା ଅନୁଯାଇ ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ପିତାମହୁଲ ଗାଁର ଦୀନବନ୍ଧୁ ବାଗଙ୍କ ସ୍ତ୍ରୀ ଗୀତା ବିଶିଙ୍କୁ ମଙ୍ଗଳବାର ଏକ ନବଜାତ ଶିଶୁ ଜନ୍ମ ହୋଇଥିବା ବେଳେ ସେ ପ୍ରସୁତୀ ବିଭାଗର ଓ୍ବାର୍ଡ ରେ ରହି ଚିକିତ୍ସିତ ହେଉଥିଲେ। ସେ ସମୟରେ ଦୀନବନ୍ଧୁଙ୍କ ମାଁ ଓ ନିଜେ ଦିନବନ୍ଧୁ ମଧ୍ୟ ଓ୍ବାର୍ଡ ରେ ମହଜୁଦ ଥିଲେ। ଠିକ୍ ସେହି ସମୟରେ ଓ୍ବାର୍ଡ ଛାତ ଉପରୁ ଅତଡ଼ା ଖସିପଡିବାରୁ ଅଳ୍ପକେ ବର୍ତ୍ତିଛନ୍ତି ପରିବାର। ପ୍ରକାଶ ଥାଉ କି ଯଦି ସେହି ଓ୍ବାର୍ଡ ର ସ୍ଥିତି ଠିକ୍ ନ ଥିଲା ତେବେ କାହିଁକି ସେହି ଓ୍ବାର୍ଡରେ ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁ ଓ ମାଁ ମାନଙ୍କୁ ରଖୁଥିଲେ। ଏହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି। ଏହାକୁ ନେଇ ଏମଓଆଇସି ଜୟନ୍ତ ବାଗ ଙ୍କୁ ପଚାରିବାରୁ ସେ ଆଗରୁ ହିଁ ପାଣି ସିପେଜ ହୋଇ ଆଗରୁ ହିଁ ସେ ଅସୁବିଧା ଥିଲା ଆଜି ପିଓପି ଖସିପଡିଛି ହେଲେ ଭଗବାନ କୃପାରୁ କାହାକୁ କିଛି ହୋଇ ନାହିଁ ବୋଲି କହିଥିଲେ।