-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ମହାରଣୀ ସାଗର ପୁନଃରୁଦ୍ଧାର କାମ ନିମ୍ନମାନର ଅଭିଯୋଗ.. ୧୦୧ ସ୍ୱଂୟ ସହାୟକ ଦଳ ହାତରେ ପୁନଃରୁଦ୍ଧାର କାମ...  ମୁକ୍ତା ଓ ଆମ ପୋଖରୀ ଯୋଜନାରେ କାମ ଚାଲିଥିବା ନେଇ ପୌର ପରିଷଦର ସ୍ପଷ୍ଟୀକରଣ

25-Jul-2024



ବଲାଙ୍ଗିର ସହରର ମହାରାଣୀ ସାଗରକୁ ପୌର ପରିଷଦ ପକ୍ଷରୁ ପୁନଃରୁଦ୍ଧାର କାମ କରାଯାଉଛି । ଏହି କାମ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହେଉଛି । ପୌର ପରିଷଦ ଟେଣ୍ଡର କରି ଏହି ମହାରଣୀ ସାଗର ପୁନଃରୁଦ୍ଧାର ପାଇଁ ବଲାଙ୍ଗିର ସହରର ୧୦୧ଟି ଏସଏଚଜି ଗୃପୁ କୁ ଦାୟିତ୍ୱ ଦେଇଥିବା ସୂଚନା ପ୍ରଦାନ କରିଛି । ବଲାଙ୍ଗିର ପୌର ପରିଷଦର ୧୮,୧୯ ଓ ୨୦ ନମ୍ବର ୱାଡ ମଧ୍ୟରେ ମହାରାଣୀ ସାଗର ଅବସ୍ଥିତ ଏବଂ ଏହି ଅଂଚଳର ୧୦୧ଟି ସ୍ୱଂୟ ସହାୟକ ଦଳ ମହାରଣୀ ସାଗର ପୁନଃରୁଦ୍ଧାର କାମ ଟେଣ୍ଡର ପାଇ କାର୍ଯ୍ୟ କରୁଥିବା ନେଇ ପୌର ପରିଷଦ ପକ୍ଷରୁ ଜଣା ଯାଇଛି ।  ତେବେ ବହୁ ପୁରାତନ ଏହି ପୋଖରୀର ପାଣି ଉପରେ ଏହି ୩ଟି ୱାଡର ବାସିନ୍ଦାଙ୍କ ସମେତ ପ୍ରାୟ ସହରର ଲୋକେ ଗାଧୋଇବା ସହ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ସମୟ ଥିଲା ଏହି ପୋଖରୀ ପାଣି ମଧ୍ୟ ଲୋକେ ପିଇବା ପାଇଁ ବ୍ୟବହାର କରୁଥିଲେ । ଏପରିକି କିଛି ବର୍ଷ ପୂର୍ବରୁ ଏହି ଜଳାଶୟର ପଣିକୁ ସହର ମଧ୍ୟକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିଲା । କିନ୍ତୁ କାଳକ୍ରମେ ଏହି ପୋଖରୀ ଲୋକଙ୍କ ଦ୍ୱାର ଜବରଦଖଲ ହେବା ଦ୍ୱାରା ସଂକୋଚନ ହେବା ଏବଂ ଡ୍ରେନ୍ ଓ ଲେଟ୍ରିନ ପାଣି ମହାରଣୀ ସାଗର ମଧ୍ୟକୁ ଛାଡିବା ଯୋଗୁଁ ପାଣି ଦୁସିତ ହେବା ସହ ପିଇବା ପାଇଁ ଅନୁପଯୋଗୀ ହୋଇଗଲା । ବହୁବାର ଏହାର ପୁନଃ ଉଦ୍ଧାର କାମ କରାଯାଇଥିଲେ ମଧ୍ୟ ଜବରଦଖଲ ନ ହଟାଇବା ଏବଂ ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ଏହି ଜଳାଶୟଟି ତାର ପୁନଃ ରୂପକୁ ଫେରି ପାରିନାହିଁ । ଗତ ୧୮/୧୨/୨୦୨୩ ରେ ତତ୍‌କାଳିନ ଜିଲ୍ଲାପାଳ ଚଂଚଳ ରାଣା ମହାରାଣୀ ସାଗରର

ପୁନଃରୁଦ୍ଧାର କାମ ପାଇଁ ଶୁଭ ଦେଇଥିଲେ । ପ୍ରକାଶ ଯେ, ବିଜେଡି ସରକାର ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୦୨୧୯ ତା.୧୦/୧୦/୨୦୨୩ରେ ମୁକ୍ତା ଯୋଜନାରେ ବଲାଙ୍ଗିର ମହାରଣୀ ସାଗରର ନବୀକରଣ କରିବା ପାଇଁ ଟଙ୍କା ମଂଜୁର କରାଯାଇଥିଲା । ଏହି ଚିଠି ବଳରେ ବଲାଙ୍ଗିର ପୌର ପରିଷଦ ପତ୍ର ସଂଖ୍ୟା ୪୮୬୧ ତା.୩/୧୧/୨୦୨୩ ରେ ଟେଣ୍ଡର ଡକା ଯାଇଥିଲା । କେବଳ ୧୮,୧୯ ଓ ୨୦ ନମ୍ବର ୱାଡର ସ୍ୱଂୟ ସହାୟକ ଦଳ ଏହି ଟେଣ୍ଡର ଆବେଦନ କରି ପାରିବେ ବୋଲି ପୌର ପରିଷଦ ପକ୍ଷରୁ ସୂଚାନ ପ୍ରଦାନ କରାଯାଇଥିଲା । ପରେ ଏହି ୩ଟି ୱାଡର ୧୦୧ଟି ଏସ୍‌ଏଚ୍‌ଜି ଗୃପ ମଧ୍ୟରେ ଏହି ପୁନଃରୁଦ୍ଧାର କାମକୁ ବାଂଟି ଦିଆଗଲା । ଏହି କାମ ପାଇଁ ମୁକ୍ତା ଓ ଆମ ପୋଖରୀ ଯୋଜନାରେ ୧୨କୋଟି ୧୮ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ୮କୋଟି ୩୩ଲକ୍ଷ ଟଙ୍କା ପୌର ପରିଷଦକୁ ମହାରଣୀ ସାଗରର ପୁନଃ ଉଦ୍ଧାର କାମ ପାଇଁ ଆସିଛି ବୋଲି ପୌର ପରିଷଦ ସୂଚନା ଦେଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କୋଟି କୋଟି ଟଙ୍କାର କାମ କିପରି ଭାଗ ଭାଗ କରି ମହିଳା ସ୍ୱଂୟ ସହାୟକ ଗୋଷ୍ଠିଙ୍କୁ ବାଂଟି ଦିଆଗଲା । ଦଳ ସଫା, ପଙ୍କ ଉଦ୍ଧାର, ମାଟି ଖନନ ଓ ସୌନ୍ଦର୍ଯ୍ୟକରଣ ପାଇଁ ଟ୍ରାକ୍ଟର, ଗାଡି, ଜେସିପି ସମେତ ବହୁ ଯନ୍ତ୍ରପାତି ଆବଶ୍ୟକ ଥିବା ବେଳେ ଏସଏଚଜି ଗୋଷ୍ଠୀ କିପରି ଏହାକୁ ସୁଚାରୁ ରୂପେ କରିପାରିବେ ତାକୁ ନେଇ ସାଧାରଣରେ ପ୍ରଶ୍ନବଚୀ ସୃଷ୍ଟି ହୋଇଛି ।  ଯେଉଁ ଏସ୍‌ଏଚ୍‌ଜି ମାନେ ଏହି କାମ ନେଇଛନ୍ତି ସେମାନେ କାମ ଯାଗାରେ ଦେଖାଯାଉ ନାହାନ୍ତି । ସାଗରର ପାଣି କାଟିବା ଏବଂ ମାଟି ସୁଖିବା ପରେ ମାତ୍ର ୨୫ରୁ ୩୦ ଦିନ ଭିତରେ କିଛି ଗାଡି ଓ ଜେସିପି ଲଗାଇ ମାଟି କାଢି ବନ୍ଧ ହିଡ ଉପରେ ଏବଂ ସାଗର ମଧ୍ୟରେ ଖନନ ମାଟିକୁ ନେଇ ଦୁଇଟି ଟାପୁ ତିଆରି କରାଯାଇଛି ।  ଜୁଲାଇ ମାସ ପୁରିବାକୁ ବସିଲାଣି ସେପଟେ ବର୍ଷା । ତେବେ ଏସଏଚଜି ଗୃପମାନଙ୍କୁ ଆଗରେ ରଖି ଏହି ସବୁ କାମ କୁ ଜଣେ ବେନାମୀ ଠିକାଦାର କରୁଥିବା ନେଇ ଜଣାଯାଇଛି । ମାତ୍ର ୪୦ ପ୍ରତିଶତ କାମ କରି ସମସ୍ତ ଟଙ୍କା ଚଳୁ କରିବାକୁ ପୌର ପରିଷଦର କିଛି ଆସାଧୁ କର୍ମଚାରୀ ଏବଂ ସ୍ଥାନୀୟ ନେତାଙ୍କ ସହ  ଉକ୍ତ ଠିକାଦାର ଜଣକ ମସୁଧା ଚଳାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

(ବଲାଙ୍ଗିରରୁ ରିତୁରାଜ ସିଂହଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like