-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
ନୂଆପଡ଼ା(ଡୋଲେଶ୍ୱର ବାଗ ): ନୂଆପଡା ଜ଼ିଲ୍ଲା ବୋଡ଼େନ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ବୋଡ଼େନ ପରିସରରେ ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କିଶୋର କୁମାର କର୍ଣ୍ଣଙ୍କ ତତ୍ତ୍ଵାବଧାନରେ ବନମହୋତ୍ସବ ସପ୍ତାହ ପାଳିତ ହେଉଅଛି । ଏହି ବନମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଅବନୀ ଖମାରୀ ମୁଖ୍ୟ ଅତିଥି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସନ୍ତୋଷ କୁମାର ମୁଣ୍ଡ ଓ ଅଧ୍ୟାପକ ଅତିକ ଅହମ୍ମଦ ଖାଁ ସମ୍ମାନିତ ଅତିଥି ଭାବରେ
ଯୋଗଦାନ କରିଥିବା ବେଳେ ସ୍ବେଚ୍ଛାସେବୀ ଭବାନୀ ପୋଡ, ବେଲମତି ମାଝୀ,ଯୁଧିଷ୍ଠିର ଦଣ୍ଡସେନା, ଦୂର୍ଗା ମାଧବ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ସ୍ନାତକ ଅଧ୍ୟୟନ କରୁଥିବା ବିଜୁପଟ୍ଟନାୟକ ଡିଗ୍ରୀ କଲେଜର ଅନେକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଭାଗ ନେଇ ବହୁଳ ମାତ୍ରାରେ ବୃକ୍ଷରୋପଣ କରିଛନ୍ତି ।ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକା ଗଛ ଯଥା ସଜନା, ବେଲ, ଲେମ୍ବୁ, ପଣସ, ଆମ୍ବ ଆଦି ଗଛ କଲେଜ ପରିସର ମଧ୍ୟରେ ରୋପଣ କରିଛନ୍ତି ।ପ୍ରତି ବର୍ଷ ଏହି ଅନୁଷ୍ଠାନରେ ବିଭିନ୍ନ ଗଛରୋପଣ କରିବା ଦେଖିବାକୁ ମିଳେ ।