-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
ବଲାଙ୍ଗିର (ଦେବାଶିଷ ବହିଦାର ): ପୁଇଁତଳା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ କୃଷ୍ଣଚୁଡା ଇକୋକ୍ଳବ ତରଫରୁ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ପ୍ରାଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଅତିଥି ପରିଚୟ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୋ ସ୍କୁଲ ଅଭିଯାନର ସଭାପତି ମୋହନ ପଧାନ, ସଭ୍ୟ କ୍ଷୀରୋଦ୍ର ପଧାନ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କସହ ବେଲ, ନିମ୍ବ, ରାଧାଚୂଡ଼ା, କରଞ୍ଜ, ଅଁଳା ଇତ୍ୟାଦି ଗଛ ଲଗାଇଥିଲେ |ଅଜିତ କୁମାର ଗୁରୁ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ । ପରିଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।