-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
07-Jul-2023
ନୂଆପଡ଼l(ଡୋଲେଶ୍ୱର ବାଗ) ନୂଆପଡ଼ା ଜିଲ୍ଲାର ସୁନାବେଡ଼ା କେତେବେଳେ ବନ ଦେବୀ ସୁନାଦେଇ ପାଇଁ ଚର୍ଚ୍ଚିତ ଆଉ କେତେ ବେଳେ ଆଦିବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ମାନ ପାଇଁ,ପୁଣି କେବେ ବାଘର ଘର ବୋଲି ତ ଆଉକେବେ ମାଓ ବାଦୀଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଥାଏ ।ସେହି ସୁନାବେଡା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସେଠାକାର ଆଶ୍ରମ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ମାଝୀ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗଦାନକରି କହିଲେ ଭାରତ ସରକାରଙ୍କ ସାଧୁତା ଫଳରେ ୧୯୫୦ ମସିହାରୁ ଭାରତ ବର୍ଷରେ ସବୁ ସ୍ଥାନରେ ପ୍ରତି ବର୍ଷ ବନମହୋତ୍ସବ ପାଳିତ ହୋଇଥାଏ ।ବନମହୋତ୍ସବ ପ୍ରତ୍ୟେକ ଆଷାଢ଼ ମାସ ମଧ୍ୟରେ ଏକ ସପ୍ତାହବ୍ୟାପୀ ଅନୁଷ୍ଠିତ ହୁଏ ; ତେଣୁ ଏହି ମହୋତ୍ସବକୁ ବନମହୋତ୍ସବ ସପ୍ତାହ ବୋଲି କୁହାଯାଏ ।ଆଷାଢ଼ ମାସ ହିଁ ଆଦ୍ୟ ମୌସୁମୀର ବାରି ପ୍ରବାହ ହେତୁ ବୃକ୍ଷରୋପଣ ନିମିତ୍ତ ସୁପ୍ରଶସ୍ତ ଅଟେ ତେଣୁ ବନ ମହୋତ୍ସବ ପାଳନ ପାଇଁ ଏହି ସମୟ ହିଁ ଉପଯୁକ୍ତ ହୋଇଥାଏ ।ମୁଖ୍ୟ ଅତିଥିଙ୍କ ସହ ପ୍ରକୃତି ବନ୍ଧୁ ଅରୁଣ ବିଶ୍ଵାଳ ,ସମାଜସେବୀ ମହେନ୍ଦ୍ର କୁମାର ବାଗ,ଶିକ୍ଷକ ବ୍ରଜେଶ ବିଶ୍ଵାଳ ,ଟୁନା ସିଂ ଛତ୍ରିଆ,ଜଗବନ୍ଧୁ ବାଗ,ଭୋଇ ବାବୁ,ନାଏକ ବାବୁ ପ୍ରମୁଖ ସମ୍ମାନ ଅତିଥି ଭାବେ ମଞ୍ଚଷିନ ଥିଲେ ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଓ ବନୀକରଣ ଉପରେ ପ୍ରକୃତିବନ୍ଧୁ ଅରୁଣ ବିଶ୍ଵାଳ ଆଲୋଚନା କରିଥିବା ବେଳେ ସମାଜସେବୀ ମହେନ୍ଦ୍ର କୁମାର ବାଗ ସଭା ପରିଚାଳନା କରିଥିଲେ ।