-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
04-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ କୁଦୋଭଟା ଗ୍ରାମ ଠାରେ ତେଜୁରାମ ବାଗ ଙ୍କ ସଭାପତିତ୍ୱ ରେ ଯାଦବ ସମାଜ ର ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭା ରେ ସାମାଜ ର ଶିକ୍ଷା ଅର୍ଥନିତିର ବିକାଶ ଓ ସମାଜର ସଂସ୍କାର ର ବିଷୟ ସବୁ ଆଲୋଚନା କରିବା ସହିତ ସମାଜ ରୁ କୁସଂସ୍କାର ବିଷୟ ରେ ଆଲୋଚନା କରାଯାଇଥିଲା। ଏବଂ ସମାଜ ର ଯୁବକ ମାନେ ମୂଖ୍ଯସ୍ରୋତ ରେ ସାମିଲ୍ ହେବା ପାଇଁ ଗୁରୁତ୍ବ ଦିଆଯାଇଥିଲା । ଡଙ୍ଗରପଡ଼ା ପଞ୍ଚାୟତ ର ୧୦ ଦଶ ଖଣ୍ଡ ଗାଁ ର ଶତାଧିକ ଯାଦବ ମାନେ ଉପସ୍ଥିତ ହୋଇଥିଲେ। ଉକ୍ତ ସଭା ରେ ଲିଙ୍ଗରାଜ ଗହିର,ମହାଦେବ ଟାହାଣି,ମଦନ ବାଗ,ତ୍ରିନାଥ ଠେଲା, ହୈକୁନ୍ଠ ଛତ୍ରିଆ,ହରି ଟାହାଣି,ଲିଙ୍ଗରାଜ ବାଗ,ସନ୍ତୋଷ ଟାହାଣି,ବୁଠି ଟାହାଣି,ଅରକ୍ଷିତ ଠେଲା, ହୁରୁମ ଚନ୍ଦନ,ମଧୁ ବନଛୋର,ବୁଲୁ ବନଛୋର,ଉପେନ୍ଦ୍ର ଛତ୍ରିଆ,ରିଙ୍କୁ ବାଗ ପ୍ରମୁଖ ଉପସ୍ଥିତ ହୋଇ ଯାଦବ ସମାଜର ଆଗାମୀ ଦିନ ଯାଦବ ସମାଜ ର ବିକାଶ ପାଇଁ ସଂକଳ୍ପ କରି ଥିଲେ। ଏବଂ ସମାଜର ବିବରଣୀ ପାଠ ସଭାପତି ତେଜୁରାମ ବାଗ କରିଥିଲେ । (ଫଟୋ ସହ)