-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ପର୍ଯ୍ୟଟନସ୍ଥଳୀ ପାପକ୍ଷୟର ବିକାଶ କାର୍ଯ୍ୟକୁ ନିଜେ ଦେଖିବା ପାଇଁ ପ୍ରତିଶ୍ରୁତି ଦେଲେ ୫ଟି ସଚିବ ଭି.କେ.ପାଣ୍ଡିଆନ

04-Jul-2023



ବିନିକା(ହିମାଂଶୁ ଶେଖର ପୁଟେଲ): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ ବହୁ ଚର୍ଚ୍ଚିତ ବିନିକା ଗସ୍ତ ଆଜି ବିନିକାବାସୀଙ୍କ ମନରେ ଗଭୀର ଆଶା ଓ ଆସ୍ଥା ସଂଚାର କରିଛି ।

ଶ୍ରୀ ପାଣ୍ଡିଆନ ଦୀର୍ଘ ୨୧ବର୍ଷ ପରେ ତାଙ୍କ ପ୍ରଶାସନିକ ବିକାଶର ଏଣ୍ଟୁଡିଶାଳ ବିନିକା ମାଟିରେ ପାଦ ଦେଇ ଭାବବିହ୍ୱଳ ହୋଇ ପଡ଼ିଥିଲେ ।ଅତୀତର ସ୍ମୃତି ଚାରଣ କରି ଶ୍ରୀ ପାଣ୍ଡିଆନ ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟର ପରିବେଶ ସହ ତାଙ୍କର ବ୍ୟକ୍ତିଗତ ଆବେଗ ବିଷୟରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏକଦା ନିଜ ମା ଙ୍କ ସହ ଏହି ପୁଣ୍ୟପୀଠ କୁ ପରିଦର୍ଶନରେ ଆସିଥିବା ବେଳେ ବିଲ ମଧ୍ଯ ଦେଇ 

 ଆସିଥିଲେ ବୋଲି କହିଥିଲେ ।ସମ୍ପ୍ରତି ଏହାର ବିଭିନ୍ନ ଅବସ୍ଥାର ବିକାଶ ଘଟିଥିଲେ ହେଁ ଆଗାମୀ ଦିନରେ ସାମଗ୍ରିକ ବିକାଶ ପାଇଁ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ନିଜ ଅଭିଭାଷଣରେ ଦୃଢ ପ୍ରତିଶ୍ରୁତି ଦେଇଥିଲେ ।ବିନିକା ମାଟିରେ ବିନିକାର ଏହି କରିତକର୍ମା ପ୍ରଶାସକଙ୍କ ଉପସ୍ଥିତିରେ ସମବେତ ହଜାର ହଜାର ଜନତାଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା ସ୍ଵୟଂ ସହାୟକ ଗୋଷ୍ଟି ସଦସ୍ୟାଙ୍କ ସମେତ ମହିଳା ମାନେ ବିଶେଷ ସଂଖ୍ୟାରେ ଯୋଗଦେଇ ହୁଳହୁଳୀରେ ସ୍ଵାଗତ କରିବା ସହ ସାଧୁବାଦ କୃତଜ୍ଞତା ଜ୍ଞାପନ କରିଥିଲେ । ଆଇଏଏସ ପାଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ସେ ପ୍ରଥମ କରି ଏଠାରେ ପ୍ରଶିକ୍ଷଣ ନେଇଥିଲେ।ସ୍ୱଳ୍ପ ୪ମାସ ରହଣୀ କାଳରେ ବିନିକାର ବିକାଶ ପାଇଁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବନ୍ଧୁ ମାନଙ୍କୁ ସ୍ୱରଣ କରି ପୁନର୍ବାର ସେମାନଙ୍କୁ ଦେଖି ନିଜ ଘରକୁ ଆସିଥିଲାପରି ମନେ ହେଉଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବଖାଣିଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣ ମାନଙ୍କ ସୁଖ ଦୁଃଖ ଓ ସମସ୍ୟା ବୁଝିବା ପାଇଁ ମତେ ପଠାଇଛନ୍ତି ବୋଲି କହି ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପଚାରି ବୁଝିଥିଲେ ।ସେ ମିଶନ ଶକ୍ତି ମା ମାନଙ୍କ ସ୍ବାବଲମ୍ବୀ ପାଇଁ ସରକାର ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି,ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଜୁ ସ୍ବାସ୍ଥ୍ୟ କାର୍ଡରେ ସହାୟତା ମିଳୁଛି ଏବଂ ଯେଉଁମାନେ ପାଇନାହାନ୍ତି ଦ୍ଵିତୀୟ ପର୍ଯ୍ୟାୟର ଖୁବ ଶୀଘ୍ର ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇବେ ବୋଲି କହିଥିଲେ।ବିନିକାର ଏହି ମୁକ୍ତିତୀର୍ଥ ପାପକ୍ଷୟ ଘାଟ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ କରାଯିବ ଏବଂ ଆଗାମୀ ଦିନରେ ଏହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କହିବା ପରେ ସମବେତ ଜନତାଙ୍କ ଉଛସିତ କରତାଳି ଓ ମହିଳାଙ୍କ ହୁଳହୁଳି ଧ୍ଵନୀ ସମଗ୍ର ପରିବେଶ କମ୍ପି ଉଠିଥିଲା l

ଏହାର ଉନ୍ନତିକରଣ  ନିଜେ ଦେଖିବେ ଏବଂ ଛଅ ମାସ ମଧ୍ୟରେ ପୁନର୍ବାର ଏହି ପୁଣ୍ୟପୀଠ କୁ ପରିଦର୍ଶନରେ ଆସିବେ ବୋଲି କହିଥିଲେ।ଏହା ପୂର୍ବରୁ ୫ଟି ସଚିବ ଭି.କେ.ପାଣ୍ଡିଆନ ଯେତେବେଳେ ମୁକ୍ତିରତୀର୍ଥ ପାପକ୍ଷୟ ପରିସର କୁ ପାଦ ଦେଲେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ମହିଳା ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀ ପାଣ୍ଡିଆନ ପ୍ରଥମେ ହନୁମାନ ମନ୍ଦିର ଦର୍ଶନ କରିଥିଲେ ।ପରେ ଶିବ ମନ୍ଦିର ଓ କିମ୍ବଦନ୍ତୀ ବହନ କରିଥିବା ରାଜାଙ୍କ ରୋଗମୁକ୍ତି ସ୍ଥଳ,ବହୁଚର୍ଚ୍ଚିତ ବଟବୃକ୍ଷ ପରିଦର୍ଶନ କରିଥିଲେ।ତାଙ୍କୁ ଦେଖିବା ପାଇଁ ବ୍ୟାରିକେଟ ପାର୍ଶ୍ବରେ ଛିଡ଼ା ହୋଇଥିବା ସାଧାରଣ ଜନତାଙ୍କ ସହ କରମର୍ଦ୍ଧନ କରିଥିଲେ ଏବଂ ନିରୀହ ଜନତାଙ୍କ ସୁଖଦୁଃଖ ପଚାରିବା ସହ ତାଙ୍କଠାରୁ ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟା ଉପରେ ଅଭିଯୋଗ ପତ୍ର ଗୁଡ଼ିକ ଗ୍ରହଣ କରିଥିଲେ।ତାଙ୍କ ଗସ୍ତ ଫଳରେ ବିନିକା ଅଞ୍ଚଳ ବିକାଶରେ ଭାଗ୍ୟ ଉଦୟ ହେଲା ବୋଲି ସାରା ଅଞ୍ଚଳବାସୀଙ୍କ ଠାରେ ଆଶା ଓ ଉଦ୍ଦୀପନା ସୃଷ୍ଟି କରିଛି ।ପରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବିନିକା ବ୍ଲକ ଅନ୍ତର୍ଗତ ଵାଉଁଶୁଣି ଠାରେ ସରକାରଙ୍କ ଅନୁଦାନରୁ ଚାଲିଥିବା ମେଗା ପାଇପ ଜଳଯୋଗାଣ କେନ୍ଦ୍ର ର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ହେଉଥିବା ଜଣକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like