-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Jun-2023
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେନ୍ଜ ଗୁଡିଘାଟ ସେକ୍ସନ ଅନ୍ତର୍ଗତ ବଡସାଇମରା-ଚାନୁଟମାଲ ପତରଫଡି ନିକଟ ରାସ୍ତାରେ ବନ ବିଭାଗ ପକ୍ଷରୁ ପେଟ୍ରେୀଲିଂ ବେଳେ ପିକ୍ଅପ ଭ୍ଯାନ ଓଡି ୦୮ କ୍ଯୁ ୯୭୧୦ ସହ ୨୮ ଗଣ୍ଡି ମୂଲ୍ଯବାନ ଖଇର କାଠ ଜବତ କରାଯାଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଗାଡି ତାଳକ ତଥା କାଠ ମାଫିଆ ଫେରାର ହୋଇଯାଇଥିବା ପ୍ରକାଶ। ବଲାଙ୍ଗିର ଡିଏଫଓ ଙ୍କ ତତ୍ତ୍ବାବଧାନ ରେ ହୋଇଥିବା ଚଢଉ ରେ ମୁରିବାହାଲ ରେନ୍ଜର ନୀଲାଦ୍ରୀ ଭୋଇ, ଗୁଡିଘାଟ ଫରେଷ୍ଟ ର ଆଦିତ୍ୟ ପ୍ରସାଦ ନନ୍ଦ, ଯଏଁତରା ଫରେଷ୍ଟ ର ଧ୍ରୁବ ଚରଣ ବଗର୍ତି, ଫରେଷ୍ଟ ଗାର୍ଡ ଅଜିତ ବେହେରା, ମନୋଜ ଦଣ୍ଡସେନା, ସାନ୍ତ୍ବନୁ ସିଂ ନିନା, ଆଇପିସି ସ୍କୁଆଡ ର ମଧୁ ବାଗ, ବରୁଣ ସାହୁ କୁବେର ଠେଲା, ଲକ୍ଷ୍ମିଧର କର୍ମି ପ୍ରନୁଖ ସାମିଲ ଥିଲେ। ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଏ।*