-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
04-Jun-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ):ଗତ ୨ ତାରିଖ ବାଲେଶ୍ୱର ଠାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶତାଧିକ ମୃତକଙ୍କ ଅମର ଆତ୍ମାର ଶାନ୍ତି ସଦଗତି ପାଇଁ, ଆହତ ଙ୍କ ଆଶୂ ଆରୋଗ୍ୟ ପାଇଁ ଏବଂ ତାଙ୍କ ପରିବାର ସ୍ୱଜନଙ୍କୁ ଧର୍ଯ୍ୟ ସାହସ ଶକ୍ତି ପ୍ରଦାନ ପାଇଁ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷ ରୁ ସୋନପୁର ବାଲାଜୀ ହନୁମାନ ମନ୍ଦିର ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଥିଲା l ଏବଂ ସାମୁହିକ ଭାବେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରଯାଇଥିଲା l ସଭା ପରେ ପରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ଏହି ମନ୍ଦିର ରେ ସଫେଇ ଅଭିଯାନ କରାଯାଇଥିଲା l ସୟଦ ଅଲିମୁଲ ଇସଲାମ, ଗରିବ ଲୋଇ ଓ ଇନ୍ଦୁମତି ପୁରୋହିତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l