-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ଚିପିଲିମା, (ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ଚିପିଲିମା ଚନ୍ଦ୍ରଶେଖର ଶିବ ମନ୍ଦିରରେ ଉତ୍ସାହ ଉଦ୍ଦିପନା ମଧ୍ୟରେ ପ୍ରଥମ ଥରପାଇଁ ଶିତଳ ଷଷ୍ଠୀ ଅବସରରେ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ମନୋଜ ଦାସଙ୍କ ଉଦ୍ୟମରେ ତଥା ଜନସାଧାରଣଙ୍କ ସହଯୋଗରେ ଚିପିଲିମା ଚନ୍ଦ୍ରଶେଖର ମନ୍ଦିରରେ ପ୍ରଥମଥର ପାଇଁ ଚିପିଲିମାରେ ଶିତଳ ଷଷ୍ଠୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜଣାଶୁଣା ଚା ଦୋକାନୀ ସୁକାନ୍ତ ନାୟକ (ମାର୍କଣ୍ଢ) ସପତ୍ନିକ ବରପିତା ଭାବରେ କାର୍ଯ୍ୟ ସଂପାଦନ କରିଥିବାବେଳେ,କନ୍ୟାପିତା ଭାବରେ ପଞ୍ଚାନନ ପଣ୍ଡା ସପତ୍ନିକ କାର୍ଯ୍ୟ ସଂପାଦନ କରିଥିଲେ। ପଣ୍ଡିତ ଭାବରେ ବୈରାଗୀ ଚରଣ ଆଚାର୍ଯ୍ୟ,ପ୍ରଫୁଲ୍ଲ କୁମାର ନାୟକ, ସାହିଲ ଦାସ ସମସ୍ତ ପୂଜାକାର୍ଯ୍ୟ ସଂପାଦନ କରିଥିଲେ।ସମସ୍ତ ରିତିନିତି ମଧ୍ୟରେ ଶିବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିବା ବେଳେ,ସମସ୍ତ ଭକ୍ତମାନଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା I