-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଲୋଇସିଂହା ନିର୍ବାଚନ ମଣ୍ଡଳୀ ଲୋଇସିଂହା ଓ ଆଗଲପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି l କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ହେଉଛି ସରକାର ଦେଉଥିବା ପି ଡି ଏସ ଚାଉଳ, ମଧ୍ୟାହ୍ନ ଭୋଜନ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆ ଯାଉଥିବା ଚାଉଳ କୁ ନେଇ ଅନେକ ବିଭ୍ରାନ୍ତି ଲୋକଙ୍କ ମନରେ ଆସୁଛି, ଯାହାକି ଲୋକେ କହୁଛନ୍ତି ଚାଉଳରେ ପ୍ଲାଷ୍ଟିକ ଚାଉଳ ମିଶିଛି l ଏହି ବିଭ୍ରାନ୍ତି ଧାରଣା କୁ ଦୂର କରିବା ପାଇଁ ସରକାରଙ୍କ ଏକ ସୁନ୍ଦର ପ୍ରୟାସ ଦେଖିବାକୁ ମିଳିଛି, ଏହି ସଚେତନତା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯଥା ଚାଉଳକୁ କିପରି ଫୋର୍ଟି ଫାଏଡ କରାଯାଏ l ତାପରେ ଫର୍ଟି ଫାଏଡ୍ ଚାଉଳ ଖାଇବାର ଉପାଦେୟତା l ଚାଉଳ କିପରି ରନ୍ଧାଯାଏ ଏବଂ ଆହୁରି ଅନେକ ବିଭ୍ରାନ୍ତି ଧାରଣା କୁ ଦୂର କରିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୁହାଯିବା ସହ ଚାଉଳକୁ କିପରି ରାନ୍ଧଯାଏ ତାରି ଉପରେ ଏକ ଡେମୋ କରି ଲୋକଙ୍କୁ ବୁଝାଇଥିଲେ l
ଏହି ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଭୁବନେଶ୍ୱର ରୁ ଖାଦ୍ୟ ସୁରକ୍ଷା ଓ ଯାଞ୍ଚ୍ ଅଧୀନରେ ଥିବା ଏକ ଅଧିକାରୀ ଆସି ଡେମୋ ଦେଖାଇ ଅତି ସୁନ୍ଦର ଭାବରେ ବୁଝାଇଥିଲେ l ଚାଉଳରେ ବିଭିନ୍ନ ପରିବା ମିଶାଇ ରାନ୍ଧଯାଇ ଖିଚିଡି ପ୍ରସ୍ତୁତ କରାଯିବା ସହ ସମସ୍ତଙ୍କୁ ଖାଇବାକୁ ଦିଆ ଯାଇଥିଲା l ଏହି ସଚେତନତା ସଭାରେ ମୁଖ୍ୟଅତିଥି ଭାବରେ ଆଗଲପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗ ଦେଇଥିଲେ ଓ ସମ୍ମାନୀୟ ଅତିଥି ଭାବରେ ଲୋଇସିଂହା ଓ ଆଗଲପୁର ଦାୟିତ୍ୱରେ ଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ, ଜୋନ୍ 2 ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବୀଣାପାଣି ଦାସ, ରୋତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଜୟଲାଲ ସିନ୍ଦୂର, ଡୁଡୁକା ସରପଞ୍ଚ ଶ୍ରୀ ଅଶୋକ ପଟେଲ, ବୁଦୁଲା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ରୀ ଦେବେନ୍ଦ୍ର ପଧାନ ଓ ବକଟି ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଶ୍ରୀନିବାସ ମଲ୍ଲିକ ଉପସ୍ଥିତ ଥିଲେ l ସେହିପରି ଲୋଇସିଂହା ବ୍ଲକ ରେ ଉପସ୍ଥିତ ଥିଲେ ଜିପିଇଓ କିଶୋର ଚନ୍ଦ୍ର ମାନସିଂହ, ସି.ଡି.ପି.ଓ ଶ୍ରୀମତୀ ନାଏକ, ଓଏଲଏମ ମଧୁସ୍ମିତା ବିଶ୍ୱାଳ ସହ ବ୍ଲକ ର ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଲୋଇସିଂହା ଓ ଆଗଲପୁର ଗୋଷ୍ଠୀ ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀ ସୌମ୍ୟ ରଂଜନ ମହାନନ୍ଦ ସଭାପତିତ୍ବ କରିବା ସହ ତାଙ୍କରି ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ସରପଞ୍ଚ, ସମିତି ସଭ୍ୟ,ଅଙ୍ଗନୱାଡ଼ି କର୍ମୀ ଓ ପାଚିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଚାଉଳରେ ମିଶା ଯାଇଥିବା ବିଭିନ୍ନ ପ୍ରକାରର ଭିଟାମିନ ବିଷୟରେ ଲୋକଙ୍କୁ ବିଶଦ ବିବରଣୀ ପ୍ରଦାନ କରା ଯାଇଥିଲା l