-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )ଜ୍ୟୋଷ୍ଠ ଶୁକ୍ଳପକ୍ଷ ଦ୍ଵିତୀୟl ଦିନ ଠାରୁ ଶୁଭାରମ୍ଭ କରାଯାଇ ଥିବା ସୁବର୍ଣ୍ଣପୁର ସହର ର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଉତ୍ସବ ରେ ଷଷ୍ଠୀ ତିଥିରେ ଇଷ୍ଠ ଦେବ ଶ୍ରୀ ସୁବର୍ଣ୍ଣମେରୁ ପ୍ରଭୁ ମହାଦେବ ଓ ଜଗତଜନନୀ ମା ପାର୍ବତୀଙ୍କ ମଧ୍ୟରେ ମହା ଆଡମ୍ବର ରେ ବିବାହ ଉତ୍ସବ ସଂମ୍ପନ୍ନ କରା ଯାଇଛି l ଶିବ ପିତା ମାତା ପ୍ରତିନିଧି ସୋନପୁର ବଡ଼ ବଜାର ରାୟଗୁରୁ ପଡ଼ା ର ମନୋଜ ମିଶ୍ରଙ୍କ ବାସ ଭବନ ରୁ ଗତକାଲି ରାତିରେ ଶ୍ରୀ ସୁବର୍ଣମେରୁ ବାବା ଙ୍କ ବାରାତ ଖୁବ ଧୁମ ଧାମ ରେ ବାହାରି ଥିଲା l ସହର ର ମୁଖ୍ୟ ରାସ୍ତା ରେ ଆସି ମା ପାର୍ବତୀଙ୍କ ପିତା ମାତା ପ୍ରତିନିଧି ଶ୍ୟାମସୁନ୍ଦର ଶର୍ମା ଙ୍କ ବାସ ଭବନକୁ ପହଂଚି ଥିଲା l ବୈଦିକ ରୀତି ନୀତି ରେ ମହା ପ୍ରଭୁ ଶିବ ପାର୍ବତୀ ଙ୍କ ବିବାହ ଅନୁଷ୍ଠିତ ହୋଇଥିବା ଉଭୟ ପରିବାର ଆତ୍ମୀୟ ସ୍ୱଜନ ଓ ଭକ୍ତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପ୍ରଭୁ ଙ୍କ ବିବାହ ଉତ୍ସବ ଦେଖିବାକୁ ପ୍ରବଳ ଉତ୍ସାହ ଉଦ୍ଧିପନା ଦେଖିବାକୁ ମିଳିଥିଲା l ଏହି ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଶ୍ରୀ ସୁବର୍ଣ୍ଣମେରୁ ବାବାଙ୍କ ରୂପl ବିମାନ ରେ ନାଗ ମୂର୍ତ୍ତି ଭାବେ ବିରାଜମାନ ହୋଇଥିବା ଶ୍ରୀ ଚନ୍ଦ୍ର ଶେଖର ମହାଦେବ ବାବା ଙ୍କ ୧୦୮ ତୋଳାରେ ନିର୍ମିତ ସୁନା ନାଗ ମୂର୍ତ୍ତି l ପଞ୍ଚମୀ ଓ ଷଷ୍ଠୀ ତିଥି ରେ ଶିବ ପିତା ବାସ ଭାବନରେ ଏବଂ ଷଷ୍ଠୀ ଓ ସପ୍ତମୀ ତିଥିରେ ପାର୍ବତୀ ପିତା ମାତା ଙ୍କ ବାସ ଭବନ ରେ ମହା ପ୍ରଭୁଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ଓ ଆଶୀର୍ବାଦ ଭିକ୍ଷା ଲାଗି ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଥିଲା l ମହଣ ମହଣ ରୁପା ରେ ନିର୍ମିତ ଯୁଗଳ ମୂର୍ତ୍ତିଙ୍କ ରୁପା ବିମାନ ଓ ୧୦୮ ତୋଳା ର ସୁନା ନାଗ ଚନ୍ଦ୍ର ଶେଖର ବାବାଙ୍କ ମୂର୍ତ୍ତି ଯାତ୍ରା ର ମୁଖ୍ୟ ଆକର୍ଷଣ ପାଲଟି ଥିବା ବେଳେ ସହର ର ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଦେବତା ଓ ଶିବ ପାର୍ବତୀ ଯୁଗଳ ମୁର୍ତ୍ତିଙ୍କ ପ୍ରତ୍ୟାବର୍ତନ ଉତ୍ସବ ନଗର ପରିକ୍ରମl ଦେଖିବାକୁ ଓ ମହାପ୍ରଭୁ ଙ୍କ ଦର୍ଶନ କରିବାକୁ ପ୍ରବଳ ଜନ ସମାଗମ ହୋଇଥିଲା l ଏବଂ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁବ ଉତ୍କଣ୍ଠା ଦେଖିବାକୁ ମିଳିଥିଲା l