-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
17-May-2023
ନବରଙ୍ଗପୁର: ଗତକାଲି ସନ୍ଧ୍ୟାରେ ଡାବୁଗାଁ ବାସଷ୍ଟାଣ୍ଡ ନିକଟରେ ବିଶାଖାପାଟଣା ଯିବା ପାଇଁ ନନ୍ଦପୁରା ଗ୍ରାମର ରାଜେନ୍ଦ୍ର ସୁନା ତାଙ୍କ ପୁଅ ଏବଂ ଭଣଜା ସହ ବସ ଜଗିଥିବା ସମୟରେ ହଟାତ ରାଜେନ୍ଦ୍ରର ଜୀବନ ଚାଲିଗଲ ।ସୂଚନାଯୋଗ୍ୟ ଯେ , କିଛିଦିନ ହେବ ରାଜେନ୍ଦ୍ରଙ୍କ ଦେହ ଖରାପ ଥିବାରୁ ନିଜ ଭଣଜା ଘରେ ଜୁନାପାଣି ଗ୍ରାମରେ ରହୁଥିଲେ । ପ୍ରଥମେ ସେ ଉମରକଟ ମେଡିକାଲ ଏବଂ ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଯାଇ ଚିକିତ୍ସା ହେବାପରେ ଗତକାଲି ବସ ଯୋଗେ ବିଶାଖାପାଟଣା ମେଡିକାଲ ଯିବାପାଇଁ ଆସି ବସକୁ ଅପେକ୍ଷା କରିଥିଲେ ଏବଂ ହଠାତ୍ ତାଙ୍କ ଜୀବନ ଚାଲି ଯାଇଥିଲା।ତାଙ୍କ ପୁଅ ଏବଂ ଭଣଜା ତାଙ୍କ ମୃତ୍ୟୁ ଘଟିଥିବା ଜାଣି ଡାବୁଗାଁ ପୋଲିସକୁ ସୂଚନା ଦେଇଥିଲେ ଏବଂ ପୋଲିସର ସହାୟତାରେ ଡାବୁଗାଁ ମେଡ଼ିକାଲରୁ ମହାପ୍ରଣୟ ଗାଡ଼ିରେ ତାଙ୍କ ମୃତ ଦେହକୁ ଘରକୁ ନେଲେ। ଦୁଃଖର ସହ କହିବାକୁ ପଡୁଛି "ମୃତ୍ୟୁ ଏମିତି ବି ଆସେ"। ଚିକିତ୍ସା ପାଇଁ ବିଶାଖାପାଟଣା ଯିବାକୁ ଆସି ଶବ ହୋଇ ଘରକୁ ଫେରିଲେ ରାଜେନ୍ଦ୍ର।
(ରିପୋର୍ଟ : ମିହିର ଶଙ୍କର ପାତ୍ର, ନବରଙ୍ଗପୁର)