-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Mar-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ର ପୂର୍ବତନ ଉପ ନଗରପାଳ ତଥା ସ୍ୱଚ୍ଛ ଭାରତ ସଂଗଠନ ର ପ୍ରତିଷ୍ଠାତା ଶ୍ରୀ ଲଷ୍ମୀନାରାୟଣ ମେହେର ଙ୍କ ଆଜି 22-03 -2023: ଦିନ ଅପରାହ୍ନ ରେ ପରଲୋକ ଘଟିଛି l ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ସ୍ବର୍ଗତ ମେହେର ଙ୍କ ଅନ୍ତେଷ୍ଟିକ୍ରିୟା କରାଯାଇଥିବା ବେଳେ ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର, ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ଡେପୁଟି କଲେକ୍ଟର ଈପସିତା ମିଶ୍ର, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପ୍ରାକ୍ତନ ପୌରାଧ୍ୟକ୍ଷ କଈରୁ ସ୍ୱାଇଁ, ବିଏମ ପୁର ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଯୁବ ନେତା ପ୍ରିୟବ୍ରତ ସାହୁ, କାଉନସିଲର ପିୟୁଷ ପଣ୍ଡା, ସ୍ୱଚ୍ଛ ଭାରତ ର ଅନ୍ୟତମ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ ଓ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ସ୍ୱଚ୍ଛ ଭାରତ, ରୋଟାରି କ୍ଲବ, ପଏଁରୀ, ଯୋଗାଳାୟ, ସୋନପୁର କଲେଜ ଏନସିସି, ରାମଧୁନ କ୍ଲବ, ରକ୍ତ ଦାତା ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇ ସ୍ବର୍ଗତ ମେହେର ଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l