-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଆଦିବାସୀ କଲ୍ୟାଣ ବିଭାଗର ସ୍କୁଲ୍ ରେ ବ୍ୟାପକ ଅବ୍ୟବସ୍ଥା : ଷ୍ଟାଇପେଣ୍ଡ୍ ରୁ କଟାଯାଉଛି ପିସି

28-Dec-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ବିଭାଗର ସ୍କୁଲ୍ ଓ ହଷ୍ଟେଲରେ ଗତ କିଛିଦିନ ହେଲା ବ୍ୟାପକ ଅବ୍ୟବସ୍ଥା ଲକ୍ଷ୍ୟ କରାଯାଇଛି । ଏହି ବିଭାଗର ଆଶ୍ରମ ଓ ସେବାଶ୍ରମ ସ୍କୁଲ୍ , ହଷ୍ଟେଲ ,  ଛାତ୍ରୀନିବାସ ଇତ୍ୟାଦିରେ ବିଭାଗୀୟ ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ଅଧିକାରୀଙ୍କ ମିଳିତ ଦୁର୍ନୀତି ସୀମାଲଙ୍ଘନ କଲାଣି । ମୁଖ୍ୟତଃ  ଛୁଟିଦିନ , ଉପସ୍ଥାନ ଓ ଖାଦ୍ୟପେୟ ଇତ୍ୟାଦିରେ ହେରଫେର କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ମୋଟାଅଙ୍କର ପିସି ଦେଇ ଏହା ଚାଲିଆସୁଛି । ଏତଦ୍ ବ୍ୟତୀତ ଏସବୁ ବିଦ୍ୟାଳୟ ଓ  ହଷ୍ଟେଲରେ ବ୍ୟବହାର ପାଇଁ ସ୍ଥାନୀୟ ଆବଶ୍ୟକତାର ସୁପାରିଶରେ ସେଣ୍ଟ୍ରାଲି ପରଚେଜ୍ ଆଳରେ ବଜାରଦରଠାରୁ ଯଥେଷ୍ଟ ନିମ୍ନମାନର ଖଟ , ବିଛଣା , ଉପକରଣ , ଜୋତା , ପୋଷାକପତ୍ର , ଲିଖନପଠନ ସାମଗ୍ରୀ , ଖାଦ୍ୟପେୟ ଓ ଖର୍ଚ୍ଚରୁ ପରିମାଣ ଏବଂ ମୂଲ୍ୟରେ ହେରଫେର କରାଯାଉଛି । ଅଧିକାଂଶ ସ୍କୁଲ୍ ର ପ୍ରଧାନସେବକ , ସେବକ / ସେବିକା , କର୍ମଚାରୀ ଛୁଟି ଆଳରେ ପଳାଉଛନ୍ତି ବା ବିନାଛୁଟିରେ ବା ମିଟିଂ ଆଳରେ ମିଛକହି ଓ ପ୍ରାୟତଃ ଶନିବାର ଓ ରବିବାର ଘରକୁ ପଳାଉଥିବା ଦେଖାଯାଇଛି । 

କେତେକ ସେବାଶ୍ରମସ୍କୁଲ୍ ଓ ଆଶ୍ରମସ୍କୁଲରେ ପ୍ରଧାନସେବକ, ଶିକ୍ଷକ / ଶିକ୍ଷୟିତ୍ରୀ , ସିସିଏ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳିରେ ଜିଲ୍ଲା ଅଫିସ୍ ଓ ଅଧିକାରୀଙ୍କ ମନମାନୀ ତଥା ପକ୍ଷପାତିତାର ଅଭିଯୋଗ ଉଠୁଛି ।  ବିଶେଷକରି ତୁରେକେଲା ସେବାଶ୍ରମସ୍କୁଲ୍ ରେ ଜିଲ୍ଲାରେ ବରିଷ୍ଠ ପ୍ରଧାନଶିକ୍ଷକ ରହିଥିବା ସ୍ଥଳେ ଜଣେ ପୂର୍ବରୁ ସିସିଏରୁ ପଦୋନ୍ନତି ପାଇଥିବା ଜୁନିୟର ଶିକ୍ଷକ ଗୋପାଳ ଧରୁଆଙ୍କୁ କାହିଁକି ଭାରପ୍ରାପ୍ତ ପ୍ରଧାନସେବକ ଭାବରେ ଅବସ୍ଥାପିତ  କରି ରଖାଯାଇଛି , ଏହାର ଉତ୍ତର ଜିଲ୍ଲା ଅଫିସ୍ ଓ ଡି ଡବ୍ଲୁ ଓ ଅଲେଖ ବିଶ୍ବାଳଙ୍କୁ ଜଣା ବୋଲି ବିଭାଗରେ କଥା ପଡିଛି । ସେହିପରି ଏହି ସେବାଶ୍ରମସ୍କୁଲ୍ ପରିସରରେ ସେଠାରେ ଦୀର୍ଘ ପ୍ରାୟ ପନ୍ଦରବର୍ଷ ଧରି ରହି ଅବସର ଗ୍ରହଣ କଲାପରେ ଘରଦ୍ବାର କଲାପରି ରହିଆସୁଥିବା ପୂର୍ବତନ ପ୍ରଧାନସେବିକା ସପରିବାର ରହୁଛନ୍ତି । ସ୍କୁଲ୍ କମିଟିର ସଭାପତି ମଦପିଇ ପ୍ରାୟତଃ ସ୍କୁଲ୍ ଓ ହଷ୍ଟେଲରେ ବୁଲୁଥିବା ଦେଖାଯାଉଛି । ତାଙ୍କୁ ଟଙ୍କା ଦେଇ ମଦପିଆଇ ଉକ୍ତ ଭାରପ୍ରାପ୍ତ ପ୍ରଧାନସେବକ ନିଜର ଦୁର୍ନୀତିର ସୁରକ୍ଷା ଢାଲ୍ କରି ରଖିଥିବା ଚର୍ଚ୍ଚା ଶୁଣିବାକୁ ମିଳୁଛି । ତେବେ କେବଳ ଏହି ଗୋଟିଏ ସ୍କୁଲ୍ ବା ହଷ୍ଟେଲ ନୁହେଁ , ଜିଲ୍ଲାର ବିଭିନ୍ନ ସ୍କୁଲ୍ ରେ ଏତାଦୃଶ ଅବ୍ୟବସ୍ଥା ଓ ଅନିୟମିତତା ବୃଦ୍ଧି ପାଇଛି । ପିଲାମାନଙ୍କ ମେସ୍ ଖର୍ଚ୍ଚରୁ ପ୍ରତିମାସ ସର୍ବତ୍ର ବିପୁଳ ବାଟମାରଣା ଅବ୍ୟାହତ ରହିଛି ।  ପ୍ରତିମାସର ଛାତ୍ରଛାତ୍ରୀଙ୍କ ଉପସ୍ଥାନରେ ହେରଫେର କରାଯାଇ ଆସୁଛି । ଜିଲ୍ଲାପାଳ ଏହା ସତ୍ତ୍ୱେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଆଶ୍ଚର୍ଯ୍ୟର କଥା ବୋଲି ଲୋକେ କୁହାକୁହି ହେଉଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like