-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
27-Dec-2022
କନ୍ଧମାଳ: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ଘୋଡ଼ାଗାଡୁ, ବଡଭୁଁଇ, ପଥର କନାଲି, ନାରାୟଣୀ ସାହି, ଟିଟ୍ରାପାଙ୍ଗ ରେଡକ୍ରସ୍ ସହାୟତାରେ ଗରିବ ନିସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି।
ଏଥିରେ ସଂଗଠନ ଅଶୋକ କୁମାର ବେହେରା, ଉପାଦକ୍ଷ ଦିଲୀପ ସାହାଣୀ, ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ସହକାରୀ ସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ, ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ଵାରା ଗରିବ ଲୋକମାନେ ଉପକୃତ ହୋଇ ପାରିବେ ବୋଲି ମତପ୍ରକାଶ କରିଥିଲେ। ଗରିବ ଲୋକଙ୍କୁ ଶୀତବସ୍ତ୍ର ମଶାରୀ ବାଲଟି ଓ
ମଗ୍ ଆଦି ବଣ୍ଟନ କରାଯାଇଥିଲା । ଏଥିରେ ୧୦୦ ରୁ ଉର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାଙ୍କ ମଧ୍ୟରେ ସଂଗଠନ ସଭ୍ୟ ସାମ୍ବାଦିକ ଓ ସମାଜସେବୀ ବି ଭି ଶଙ୍କର, ସ୍ୱଦେଶୀ ସଂସ୍ଥା ର ମୁଖ୍ୟ ପ୍ରଫୁଲ୍ଲ କୁମାର ମହାନ୍ତି, ପିତାମ୍ବର ପତି , ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ l
(ଫୁଲବାଣୀରୁ ଅନନ୍ତ କହଁରଙ୍କ ରିପୋର୍ଟ)