-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2022
ଗଣିଆ (ବିଜୟ ଲକ୍ଷ୍ମୀ ରାଉତ ) ଗଣିଆ ବ୍ଲକ ସଭା ଗୃହରେ ନୟାଗଡ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ତହସିଲଦାର କିଶୋର କୁମାର ପଣ୍ଡା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଲୋକପ୍ରତିନିଧି ଉପସ୍ଥିତ ଥିଲେ। ପ୍ରଚାର ପ୍ରସାର ଅଭାବରୁ ଅଭିଯୋଗ ଶୁଣାଣୀ ଶିବିରରେ ବହୁତ କମ୍ ଲୋକ ଯୋଗ ଦେଇଥିଲେ । ମାତ୍ର ୫୫ଟି ଅଭିଯୋଗର ଶୁଣାଣୀ ହୋଇଥିଲା । ନୂତନ ଜିଲ୍ଲାପାଳଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।