-+91-9937148622 |
prerana_bgr@rediffmail.com |
Saturday 18th May 2024 |
R.N.I. Regd No. ODIODI/2010/46693
Breaking News
03-May-2024
ବଲାଙ୍ଗିର (ପ୍ରେରଣା ଖବର ): ଆଜି ବଲାଙ୍ଗିର ସଦର ବ୍ଲକ ବାରପୁଡଗିଆ ପଞ୍ଚାୟତ ର କର୍ଲାପିଟା ଠାରେ ବିରାଟ ଆଦିବାସୀ ସମାବେଶ ରାଜ୍ଯସଭା ସାଂସଦ ନିରଞ୍ଜନ ବିଶି ଙ୍କ ନେତୃତ୍ବ ରେ କଳିକେଶ ନାରାୟଣ ସିଂହଦେଓ ଆଦିବାସୀ ସମାଜ କୁ ଭୋଟ ପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ । ସନ୍ଧ୍ୟା ସମୟ ରେ ବଲାଙ୍ଗିର ସହର ୱାର୍ଡ ନମ୍ବର ୧୬ ରେ ଘରକୁ ଘର ବୁଲି ଅଭିଜ୍ଞ କଳିକେଶ ନିଜ ପାଇଁ ଭୋଟ ପ୍ରଚାର କରିଥିବା ବେଳେ ୱାର୍ଡ ନମ୍ବର ୨ ରେ ସାଧାରଣ ସଭା କରିଥିଲେ । ଏହି ସଭାରେ ରାଜ୍ଯ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଯୋଜନା ଏବଂ ବଲାଙ୍ଗିର ଓ ୱାର୍ଡ ରେ କରାଯାଇ ଥିବା ଜନ କଲ୍ଯାଣ କାର୍ଯ୍ଯ ତଥା ଆଗାମୀ ଦିନରେ ତାଙ୍କର ଆଭିମୁଖ୍ଯ କଣ ରହିଛି ତା ବିଷୟ ରେ ସାଧାରଣ ଜନତାଙ୍କ ଆଗରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ମାନଙ୍କ ରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏବଂ କାଉନସିଲର ବୃନ୍ଦ ଉପସ୍ଥିତ ଥିବାବେଳେ ବରିଷ୍ଠ ନେତା ପ୍ରଭାସ ପାଣିଗ୍ରାହୀ , ବିଧୁ ଭୁଷଣ ତ୍ରୀପାଠି ସାମିଲ ହୋଇ ଥିବାବେଳେ ଅଞ୍ଚଳ ର ବରିଷ୍ଠ ନାଗରିକ ବୃନ୍ଦ କଳିକେଶ ନାରାୟଣ ସିଂହଦେଓ ଙ୍କ ସପକ୍ଷରେ ପ୍ରଚାର କରିଥିଲେ ।