-+91-9937148622 |
prerana_bgr@rediffmail.com |
Saturday 18th May 2024 |
R.N.I. Regd No. ODIODI/2010/46693
Breaking News
03-May-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ମହୁଲ ଫୁଲ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଜଣେ ଯୁବକକୁ ଗିରଫ କରିଥିବା ଜଣା ପଡ଼ିଛି | ସୂଚନା ଅନୁସାରେ କଣ୍ଟାମାଳ ଅବକାରୀ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡା ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମର ପଦ୍ମନାଭ ବାଘଙ୍କ ଘରେ ଚଢ଼ାଉ କରିଥିଲେ | ଉକ୍ତ ଘରୁ ବେଆଇନ ଭାବରେ ଗଚ୍ଛିତ ରଖିଥିବା ବିପୁଳ ପରିମାଣର ମହୁଲ ଫୁଲକୁ ଅବକାରୀ କର୍ମଚାରୀ ମାନେ ଜବତ କରି ଥିଲେ | ଅବକାରୀ କର୍ମଚାରୀ ମହୁଲ ଫୁଲ ସହ ଯୁବକଙ୍କୁ ଗିରଫ କରି କଣ୍ଟାମାଳ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ଥିଲେ | ଗିରଫ ଯୁବକ ଜଣକ ହେଲେ ପଦ୍ମନାଭ ବାଘ (୬୦) ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି | ଜବତ୍ ମହୁଲ ଫୁଲକୁ କାର୍ଯ୍ୟଳୟକୁ ଆଣି ଓଜନ କରା ଯାଇଥିବା ବେଳେ ଏହା ୧୪ କ୍ଵିଣ୍ଟାଲ ୭୦କେଜି ହୋଇଥିବା ବିଭାଗ ପକ୍ଷରୁ ସୁଚନା ଦିଆ ଯାଇଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ ଥାନାରେ ୧୨/୨୪-୨୫ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପଦ୍ମନାଭ କୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି |