-+91-9937148622 |
prerana_bgr@rediffmail.com |
Saturday 18th May 2024 |
R.N.I. Regd No. ODIODI/2010/46693
Breaking News
03-May-2024
(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ର ଆଜି ତାଙ୍କ ଶୁଭେଚ୍ଛୁ ଙ୍କ ସହ ପହଞ୍ଚି ଉପଜିଲ୍ଲାପାଳ କାର୍ଯ୍ୟଳୟ ରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପରେ ପରେ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ରୁ ମା ଙ୍କ ଆଶିର୍ବାଦ ନେଇ ଏକ ବିରାଟ ପଟୁଆର ରେ ହଜାର ହଜାର କର୍ମି ଓ ଶୁଭେଚ୍ଛୁ ଙ୍କ ସହ ଗୁଣ୍ଡିଚା ମନ୍ଦିର ଦେଇ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମହାପାତ୍ର ଓ ବଲାଙ୍ଗିର ସାଂସଦ ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ଙ୍କୁ ଯୋଡ଼ି ପଦ୍ମ ରେ ଭୋଟ ଦେବାକୁ ହାତ ଯୋଡ଼ି ସହର ବାସୀଙ୍କୁ ଅନୁରୋଧ କରିଥିଲେ l ସାଂସଦ, ବିଧାୟକ ଙ୍କ ସମେତ ସାଂସଦ ପ୍ରତିନିଧି ଶରତ ଶତପଥି, ବ୍ଲକ୍ ପ୍ରତିନିଧି ସାନନ୍ଦ ମେହେର, ବରିଷ୍ଠ ନେତା ଅଶୋକ ପୃଷ୍ଟୀ, ବିଜୟ ମହାକୁଡ଼, ବିମଳ ମିଶ୍ର, ବିଶ୍ବମ୍ବର ମିଶ୍ର, ନିରଞ୍ଜନ ତ୍ରିପାଠୀ, ସ୍ଵରୂପ ପାତ୍ର, ପପୁନ ମିଶ୍ର, ଗଣେଶ ସାହୁ, ଜ୍ୟୋତି ତ୍ରୀପାଠୀ, ରାଜୀବ ବିଶି, ଶ୍ୟାମ ଶତପଥି, ପଞ୍ଚାନନ ପଧାନ, ରାମେଶ୍ଵର ପଧlନ, କୃପା ନିଧି ମିଶ୍ର, ମନୋଜ୍ କର୍ମୀ ପ୍ରମୁଖ ହଜାର ହଜାର ନେତା କର୍ମୀ ଏହି ଶୋଭା ଯାତ୍ରା ରେ ସାମିଲ୍ ଥିଲେ l