-+91-9937148622 |

prerana_bgr@rediffmail.com |

  Saturday 18th May 2024 |

| | | |

R.N.I. Regd No. ODIODI/2010/46693

Breaking News

ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   (17-May-2024)       ||      ୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   (17-May-2024)       ||      ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   (17-May-2024)       ||      ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   (17-May-2024)       ||      ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   (17-May-2024)       ||      ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   (17-May-2024)       ||      କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   (17-May-2024)       ||      ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   (17-May-2024)       ||      ସିନ୍ଧେକେଲା ସରପଞ୍ଚ ଦ୍ୱାରା ବାଇକ ରେଲି ସହ ସଭା ଆୟୋଜନ   (17-May-2024)       ||      ନିର୍ବାଚନରେ ରୋକାଲ ପଞ୍ଚାୟତର ମତଦାନ ହାର   (17-May-2024)       ||      ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର   (17-May-2024)       ||      ପାଟଣାଗଡ଼ ଏନଏସି ର ବିଭିନ୍ନ ୱାର୍ଡ଼ କୁ ଯାଇ ଭୋଟ ପ୍ରଚାର କଲେ ବିଧାୟକ ପ୍ରାର୍ଥୀ, ବିଜେଡି ରେ ସାମିଲ ହେଲେ ଅନେକ ଯୁବକ    (16-May-2024)       ||      କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ ବିଜେପି,ବିଜେଡି ର ଜୋରଦାର ପ୍ରଚାର   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଖଡିଆଳ ଥାନା ରେ ଲିଖିତ ଅଭିଯୋଗ,   (16-May-2024)       ||      କଳାକାର ମାନଙ୍କୁ ସମ୍ବର୍ଦ୍ଧନା   (16-May-2024)       ||      ନବୀନ-ଅନଙ୍ଗଙ୍କ ବଢୁଛି ଘନିଷ୍ଠତା,ବଲାଙ୍ଗୀର ପାଇଁ ଶୁଭଙ୍କର   (16-May-2024)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ ଓବିସି ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (16-May-2024)       ||      ସିବିଏସଇ ଦ୍ଵାଦଶ ବିଜ୍ଞାନ ରେ କେ. ସ୍ନେହା ରାଜ୍ୟ ଓଏଭି ଟପ୍ପର ହେଲେ ଓ ସୋନପୁର ର ଗୌରବ ବଢାଇଲେ   (16-May-2024)       ||     

HOME   ରାଜନୀତି

ବଲାଙ୍ଗିର ଆସନ ରେ ମତଦାନ

01-May-2024



ବଲାଙ୍ଗୀର ଆସନର ମତଦାନ :ତ୍ରିମୁଖୀ ଲଢେଇରେ ସବୁପ୍ରାର୍ଥୀଙ୍କ ପ୍ରସଙ୍ଗ ' 'ବଲାଙ୍ଗୀର 'ବଲାଙ୍ଗୀରର ଜୟଜୟକାର ! 

ବଲାଙ୍ଗୀର  : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଏଥରର ପ୍ରସଙ୍ଗବିହୀନ ନିର୍ବାଚନରେ ମୁଖ୍ୟତଃ ବିଜେଡି , ବିଜେପି ଓ କଂଗ୍ରେସଦଳର ତିନିଜଣ ସଶକ୍ତ ପ୍ରାର୍ଥୀଙ୍କର ବଲାଙ୍ଗୀର ବିଧାନସଭା ଆସନର ତ୍ରିମୁଖୀ ପ୍ରତିଦ୍ଵନ୍ଦିତାରେ ' ବଲାଙ୍ଗୀର ' ହିଁ ହୋଇଛି  ଇସୁ ବା ମୁଖ୍ୟ ପ୍ରସଙ୍ଗ । ସେହି ପ୍ରସଙ୍ଗର ନାରା ବା ସ୍ଲୋଗାନ୍ ଗୁଡିକ ହେଉଛି , ' ଜଏ ବଲାଙ୍ଗୀର ' , ' ପକ୍କା ବଲାଙ୍ଗୀରିଆ ' ଓ ' ଆମର ବଲାଙ୍ଗୀର ' । ଅର୍ଥାତ୍ ବଲାଙ୍ଗୀରର ସର୍ବାଙ୍ଗୀନ ବିକାଶ  । ଏହା ଆପାତତଃ ଭାଜପାର ଦେଶାତ୍ମବୋଧ ଇତ୍ୟାଦି ଦଳର ଏଜେଣ୍ଡାର ' ଓଡିଆ ଅସ୍ମିତା ' ପରି ଏକ ଦୁର୍ବୋଧ୍ଯ ଶବ୍ଦ  ବା  ବିଜେଡିର ବିଶ୍ବ ଭାଷାସାହିତ୍ୟ ସମ୍ମିଳନୀ ପରି ପ୍ରାକ୍-ନିର୍ବାଚନୀ ଆୟୋଜନ । ଏତେଦିନ ଧରି ଏଭଳି ପ୍ରସଙ୍ଗଗୁଡିକ ବିଷୟରେ ଏଇ ରାଜନୈତିକଦଳମାନଙ୍କର ନିଦ ଭାଙ୍ଗି ନଥିଲା । ସତେ ବା ୟା' ପୂର୍ବରୁ ଦେଶରେ ଆଉ କେହି ଦେଶ , ଭାଷାସାହିତ୍ୟସଂସ୍କୃତି ବା  ମାଟି,ମାଆ କି ବଲାଙ୍ଗୀର ପ୍ରତି ସଚେତନ ହୋଇ ନଥିଲେ  !  ସେ ଯା' ହେଉ , କିଛି ପ୍ରସଙ୍ଗ ମିଳୁ ନ ମିଳୁ , ଏଥରର ଆମ ବଲାଙ୍ଗୀର ପାଇଁ ଏଭଳି ଏକ ପ୍ରସଙ୍ଗ ସ୍ବାଗତଯୋଗ୍ଯ ନିଶ୍ଚୟ । ତେବେ ନିର୍ବାଚନପରେ ଏଇ ନିର୍ବାଚିତ ଲୋକପ୍ରତିନିଧିମାନେ ବଲାଙ୍ଗୀରର କିଭଳି ବିକାଶପୁରୁଷ ପାଲଟିବେ , ଦେଖିବାର ଅପେକ୍ଷା ରହିଲା ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।

କାରଣ ସ୍ବାଧୀନତାର ଏତେବର୍ଷ ପରେ ବଲାଙ୍ଗୀରବାସୀଙ୍କର ବହୁବିଧ ମୌଳିକସମସ୍ୟାର ନିରାକରଣ ହୋଇପାରିନାହିଁ । ସହରାଞ୍ଚଳରେ ପାନୀୟଜଳର ଅଭାବ ହେଉ ବା  ସରକାରୀ ସ୍ବାସ୍ଥ୍ୟସେବାର ଗୁରୁତର ତ୍ରୁଟିବିଚ୍ୟୁତି, ଆଇନଶୃଙ୍ଖଳା ରକ୍ଷା , ହତ୍ୟା, କଫସିରଫ ନିଶାବଟିକା ମଦଗଞ୍ଜେଇଆଦି ନିଶାକାରବାର, ଘରେପଶି ହାଣିବା ବା ଜମିଜମା ଦୁର୍ନୀତିରୁ  ଡନ୍ ଗିରି ଆଦିଅପରାଧ ନିୟନ୍ତ୍ରଣ, ରାସ୍ତାଘାଟର ଉନ୍ନତିକରଣ  ଅଥବା  ଗ୍ରାମାଞ୍ଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କର ଯାବତୀୟ ଚିରନ୍ତନ ସମସ୍ୟା । ତେବେ ସବୁଥରର ନିର୍ବାଚିତ ଲୋକପ୍ରତିନିଧିଙ୍କର ଆଖିଦୃଶିଆ ସମ୍ପତ୍ତି ବଢି ବଢି ଚାଲିଛି । ରାଜନେତା, ନିର୍ବାଚିତ ଲୋକ ପ୍ରତିନିଧି , ବିଧାୟକ , ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କ ଅବଦାନ ବା ପ୍ରତଥରର ନିର୍ବାଚନରେ ପ୍ରାର୍ଥୀମାନଙ୍କର ବିକାଶର ଯେଉଁ ତାଲିକା ପ୍ରଚାରିତ ହୋଇଆସୁଛି , ତାହାର ବାସ୍ତବତା କେତେ ଲୋକେ ଠିକ୍ ବୁଝିଛନ୍ତି । ଏତେବର୍ଷ ଧରି ଅନେକ ରକ୍ତାକ୍ତ ଦୁର୍ଘଟଣାରେ ବହୁ ଧନଜୀବନହାନୀ ପରେ ବି ନା ବାଇପାସ୍ ରାସ୍ତାଟିଏର ତିଆରି ସମ୍ପୂର୍ଣ୍ଣ ହୋଇପାରିଲା ନା ବେକାରୀସମସ୍ୟାର ସମାଧାନ । ଠିକାଦାରୀକୁ ଯଦି ବିକାଶର ସଂଜ୍ଞା ଦିଆଯାଏ , ସେସବୁ ନିର୍ମାଣର ପିସି ଓ ଫିକ୍ସିଂର ସିଂହଭାଗ କାହା ପକେଟ୍ କୁ ଯାଏ , ସମସ୍ତେ ଜାଣନ୍ତି । ସହରର ଘନଜନବସତି ଅଞ୍ଚଳ ବା ଜିଲ୍ଲା ସଦରମହକୁମାର ମଧ୍ୟସ୍ଥଳ ଛାତିଉପରେ ଯୁଗ ଯୁଗ ଧରି ଲୋକଙ୍କ ବାରଣ ସତ୍ତ୍ବେ ବସିଥିବା ଦେଶୀମଦଭାଟିର ଦୁଇହଜାର ଟଙ୍କିନୋଟ୍ ର ପ୍ରଚଳନ ବନ୍ଦପରର ମାତ୍ର ଚାରିମାସର ବିକ୍ରିଲବ୍ଧ ପ୍ରାୟ ପାଞ୍ଚଶହକୋଟି ( ସରକାରୀ ଭାବେ ସାଢେ ତିନିଶହ କୋଟି )ଟଙ୍କାର  ଆୟକର ବିଭାଗର ଜବତ ମାମଲା ଦେଶର ସବୁଠାରୁ ବଡ ରେଡ୍ ଖବର ସହ ଏହି ଅନ୍ୟାୟୋପାର୍ଜନର ବ୍ୟବସାୟ ପଛରେ କେଉଁ କେଉଁ ନେତା ଓ ଲୋକପ୍ରତିନିଧିଙ୍କ ପ୍ରୋତ୍ସାହନ ରହିଛି , ଲୋକେ ଦେଖିଲେ । ସେହି ତୁଳନାରେ ବଲାଙ୍ଗୀର ଲୋକଙ୍କ ଅବସ୍ଥା କିଭଳି ତୁଳନାତ୍ମକ ସମୀକ୍ଷା କରାଯାଉ !  ଏହା କିଭଳି ବିକାଶରେ ଯିବ ? ସହରର ଜବରଦଖଲ ଉଚ୍ଛେଦର ଲୁହ ତୁଳନାରେ ଏହା କେତେ ଠିକ୍ ? ଏବେ ବି ଜିଲ୍ଲା ସଦରମହକୁମାରେ ଗରିବଙ୍କ ସରକାରୀ ରିହାତି ଚାଉଳ ଦୁର୍ନୀତିଠାରୁ ଆବାସ ଘରଖଣ୍ଡେ ପାଇଁ ଲାଞ୍ଚମିଛ ଅବାରିତ ରହିଆସିଛି ।  ମନୁଷ୍ୟକୃତ ବନ୍ୟାରେ ଲୋକଙ୍କ ଘରବୁଡି ଆଣ୍ଠୁଏ ପାଣି ହେଇଥିଲାବେଳେ ଏମାନେ କେଉଁଠି ଥିଲେ ? ଖାଲି କୁମ୍ଭୀରକାନ୍ଦଣା ଦେଖାଇ ଘେରାଏ ବିପନ୍ନଅଞ୍ଚଳ ବୁଲି ଆସିଲେ , ତା'କୁ ସେବା କୁହାଯିବ କି ? ଏଣୁ ଏସବୁ ଫମ୍ପା ନିର୍ବାଚନୀ ପ୍ରତିଶ୍ରୁତି ଉପରେ ଲୋକଙ୍କର କେତେ ବିଶ୍ବାସ ବା ଆସ୍ଥା ରହିଛି , ସେମାନେ ଭଲଭାବରେ ଜାଣନ୍ତି । ପଞ୍ଚାୟତ , ବ୍ଲକ୍ , ଥାନା ଓ ଅନ୍ୟାନ୍ୟ ସରକାରୀ ବିଭାଗରେ ପିସି , ଦୁର୍ନୀତି ଓ ଅନିୟମିତତା ପରମ୍ପରାରେ ପରିଣତ ହୋଇଛି । 
ଯଦି ଲୋୟର ସୁକତେଲ ଜଳଅମଳ ପ୍ରକଳ୍ପ ବା ଥରଥର କରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ  ଓ  ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ଛୋଟବଡ ପ୍ରକଳ୍ପକୁ ହିସାବ କରାଯିବ , ଏତେବର୍ଷ ମଧ୍ୟରେ ଦେଶ ବା ରାଜ୍ୟର ଅନ୍ୟାନ୍ୟ ବିକଶିତ ଅଞ୍ଚଳ ତୁଳନାରେ ଏହା କେତେ ? ସରକାର ଏସବୁ କରନ୍ତେନି କି ? ଏସବୁ ପ୍ରକଳ୍ପ ସାରିବାକୁ କେତେ କାଳକ୍ଷେପଣ କରାଯାଇଛି ଓ ଏସବୁ ପ୍ରକଳ୍ପ ନିମନ୍ତେ ଲୋକେ କେତେ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେମାନଙ୍କୁ କିପରି ଉପଯୁକ୍ତ ଥଇଥାନ କରାଯାଇଛି ? ଏହି ବିଳମ୍ବିତ ପ୍ରକଳ୍ପର ବହୁକୋଟି ଅର୍ଥର ଅପବ୍ଯୟ ନିମନ୍ତେ କିଏ ଦାୟୀ  ? ସେତେବେଳେ ଏଇ ନିର୍ବାଚିତ ଲୋକ ପ୍ରତିନିଧିଙ୍କର କିଛି ଦାୟିତ୍ୱ ଥିଲା କି,  ପଚରାଯାଉ ?

ତଥାପି ଲୋକେ ଆଉଥରେ ଏଭଳି ସ୍ଲୋଗାନ୍ ରେ ବିଶ୍ବାସ ରଖି ଏଥର ମଧ୍ୟ ମତଦାନ କରିବାକୁ ପ୍ରସ୍ତୁତ । କେନ୍ଦ୍ର ନା ରାଜ୍ୟ ସରକାର କ୍ଷମତାହାସଲ କରିବେ ଓ କଲେ ଅଧିକ କଣଟା ହେଇଯିବ , ଆଉଥରେ ଅପେକ୍ଷା କରାଯାଉ ।  ଦ୍ବିତୀୟତଃ ପ୍ରାର୍ଥୀଙ୍କ କଥା । ଏଥରର ଐତିହାସିକ ଦଳଡିଆଁ ସବୁଦଳର ପ୍ରାର୍ଥୀଙ୍କ ସ୍ବରୂପକୁ ଖୋଲିଦେଇଛି । ତଥାପି ପ୍ରତିଥର ପରି ମତଦାତାମାନେ ନୂଆ ପ୍ରାର୍ଥୀମାନଙ୍କର ନୂଆ ନୂଆ ପ୍ରତିଶ୍ରୁତିକୁ ପୁଣି ବିଶ୍ବାସ କରୁଛନ୍ତି । ଏଥିସହ ପ୍ରାର୍ଥୀଙ୍କର ଯୋଗ୍ୟତାର ବିଚାର କରୁଛନ୍ତି । କେଉଁ ଲୋକପ୍ରତିନିଧି ଜିତିଲେ ବା ହାରିଗଲେ , ସେମାନଙ୍କ ସହ ଠିଆହେବ ? 

ଏଥରର ବିଧାନସଭା ନିର୍ବାଚନରେ ବଲାଙ୍ଗୀରର ମୁଖ୍ୟତଃ ତିନିପ୍ରାର୍ଥୀମାନେ ସମସ୍ତେ ସଶକ୍ତ ପ୍ରାର୍ଥୀ ଓ ସେମାନଙ୍କର ଦଳଗୁଡିକ ମଧ୍ୟ ଦେଶ ଓ ରାଜ୍ୟର ରାଜନୀତିରେ ପ୍ରତିଷ୍ଠିତ ଓ ପରୀକ୍ଷିତ ଦଳ ।

' ପକ୍କା ବଲାଙ୍ଗୀରିଆ ' ନାରା ଦେଇଥିବା ସମରେନ୍ଦ୍ର ମିଶ୍ର ଜଣେ ଉଚ୍ଚବଂଶଜ , ଉଚ୍ଚଶିକ୍ଷିତ ଓ ଅଳ୍ପଦିନ ହେଲା ରାଜନୀତିରେ ପାଦ ଥାପିଥିଲେ ହେଁ ଅଭିଜ୍ଞ ଯୁବପ୍ରାର୍ଥୀ ।  ତାଙ୍କ ବାପା ନରସିଂହ ମିଶ୍ର ଓଡିଶାର ଜଣେ ଟାଣୁଆ ରାଜନୀତିଜ୍ଞ , ଆଇନଜ୍ଞ , ପୂର୍ବତନ ଆଇନମନ୍ତ୍ରୀ , ପୂର୍ବତନ ବିରୋଧୀଦଳନେତା ଏବଂ ଗତ ଦୁଇଥରର ବଲାଙ୍ଗୀରର କଂଗ୍ରେସଦଳର ବିଧାୟକ ରହି ଆସିଛନ୍ତି । ଦଳ ଅପେକ୍ଷା ତାଙ୍କର ନିଜସ୍ୱ ଭୋଟ୍ ବ୍ୟାଙ୍କ୍ ଓ ସଂଗଠନ ରହିଛି । ସମରେନ୍ଦ୍ର ମଧ୍ୟ ଗତଥର କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ପ୍ରାୟ ଅଢେଇ ଲକ୍ଷ ଭୋଟ ପାଇଥିଲେ । ଏଥର ପୁଣି କଂଗ୍ରେସଦଳର ସେ ଜଣେ ଚର୍ଚ୍ଚିତ ପ୍ରଭାବଶାଳୀ ପ୍ରାର୍ଥୀ । ଅଦ୍ୟାବଧି ସେ ତାଙ୍କର ସଂଗଠନ ଓ ପ୍ରଚାରକୁ ଯୋର୍ ଦାର୍ କରିଛନ୍ତି । ତାଙ୍କର ଓ ତାଙ୍କ ବାପା ନରସିଂହ ମିଶ୍ରଙ୍କ ପ୍ରଭାବ ଏଠାରେ ଏତେବେଶି ଯେ , ସେ ପ୍ରତିଦ୍ଵନ୍ଦୀଙ୍କର ଚିନ୍ତାର କାରଣ ପାଲଟିଛନ୍ତି । ଏସବୁ ଦୃଷ୍ଟିରୁ ତାଙ୍କର ବିଜୟ ସମ୍ଭାବନାକୁ ଅସ୍ବୀକାର କରାଯାଇ ପାରିବନି । ' ପକ୍କା ବଲାଙ୍ଗୀରିଆ ' ନାରା ଦେଇ ସେ ବଲାଙ୍ଗୀରର ଭୋଟରଙ୍କ ମଧ୍ୟରେ ଏକ ଆଞ୍ଚଳିକ ମନୋଭାବ ସୃଷ୍ଟି କରିପାରିଛନ୍ତି । ତେବେ ବଲାଙ୍ଗୀର ସହର ବ୍ୟତୀତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଗ୍ରାମାଞ୍ଚଳରେ ଏହି ନାରା ଭୋଟରଙ୍କୁ କେତେ ପ୍ରଭାବିତ କରିଛି , ଜଣାଯାଇନାହିଁ । କରୁ , ନକରୁ ନରସିଂହ ମିଶ୍ରଙ୍କର ଗତ ଦଶବର୍ଷର ଉଲ୍ଲେଖନୀୟ ଉନ୍ନୟନମୂଳକ କାମ ଓ ତାଙ୍କ ନେତୃତ୍ବ ପ୍ରତି ଲୋକଙ୍କର ଆସ୍ଥା ସମରେନ୍ଦ୍ରଙ୍କର ମୂଳଭରସା । ଅନ୍ୟଏକ ଗଣିତ ହେଲା , ବିଜେପି-ବିଜେଡି ମଧ୍ୟରେ ଏଥରର ମେଣ୍ଟଚର୍ଚ୍ଚା ଶେଷରେ ବିଫଳ ହୋଇ ଏହି ଦୁଇଦଳର ଦଳଡିଆଁ ଲୋକଙ୍କୁ ଉଭୟଦଳ ପ୍ରତି ଆସ୍ଥାହୀନ କରିଥିବା ବେଳେ ଶେଷପର୍ଯ୍ୟନ୍ତ ନରସିଂହ ବା ସମରେନ୍ଦ୍ର କଂଗ୍ରେସ ଛାଡି ନଯାଇ ଦଳପାଇଁ ବିଶ୍ବସ୍ତତା ଓ ନିଜ ସଂଗଠନର ଆସ୍ଥା ଅତୁଟ ରଖିଥିବା ଭୋଟରଙ୍କୁ ପ୍ରଭାବିତ କରିଥିବା କୁହାଯାଉଛି ।

ସେହିପରି ବିଜେଡି ପ୍ରାର୍ଥୀ ଭାବରେ ବଲାଙ୍ଗୀର ରାଜପରିବାରର କଳିକେଶ ନାରାୟଣ ସିଂ ଦେଓ ଏଥର ଲୋକସଭାଛାଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେ ଥରେ ସଇଁନ୍ତଳାର ବିଧାୟକ ଓ ବିଗତ ଦୁଇଥରର ବଲାଙ୍ଗୀର ସାଂସଦ ଥିଲେ । ପୂର୍ବତନ ମନ୍ତ୍ରୀ ଓ ସାଂସଦ ଅନଙ୍ଗ ଉଦୟ ସିଂ ଦେଓ ତାଙ୍କର ପିତା ଓ ସେ ବଲାଙ୍ଗୀରପାଟଣା ମହାରାଜା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପୌତ୍ର । ସଂପ୍ରତି ସେ ଷ୍ଟେଟ୍ ହାଉସିଂ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଏହି ରାଜବଂଶଜ ଯୁବପ୍ରାର୍ଥୀଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ରହିଛି । ପ୍ରଚାର ଓ ଦଳୀୟ ସଂଗଠନରେ ସେ ଅଦ୍ୟାବଧି ଆଗରେ ଅଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ଗୋଷ୍ଠୀର ସଂଗଠନରେ ସେ ସକ୍ରିୟ । ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନରେ ଠିଆହୋଇଥିବାରୁ ତାଙ୍କର ଗୁରୁତ୍ୱ ଆହୁରି ବଢିଯାଇଛି । ତେଣୁ ତାଙ୍କର ବିଜୟ ସମ୍ଭାବନା ଉଜ୍ଜ୍ଵଳ । ତେବେ ସେ ଜଣେ ସାଂସଦ ମ୍ୟାଟରିଆଲ୍ ହୋଇଥିବାବେଳେ ଏଥର  ବିଧାୟକ ଭାବରେ ପ୍ରତିଦ୍ଵନ୍ଦିତା କରୁଥିବାରୁ ତାଙ୍କର ଦୂରଦୃଷ୍ଟି କେତେ ସଫଳ ହେବ , ଦେଖିବାକୁ ବାକି ରହିଲା  ? ସେ ଜଣେ ଅଭିଜ୍ଞ ରାଜନୀତିଜ୍ଞ ଓ ରାଜପରିବାରର ହୋଇଥିବା ସହ ତାଙ୍କର ସାଂଗଠନିକ ଦକ୍ଷତା ଓ ଜନପ୍ରିୟତା ରହିଛି ।  ସର୍ବୋପରି ସମରେନ୍ଦ୍ରଙ୍କ ' ପକ୍କା ବଲାଙ୍ଗୀରିଆ ' ନାରା ପରେ ସେ ମଧ୍ୟ ' ଆମେ ବଲାଙ୍ଗୀରିଆ ' ନାରା ଦେଇଛନ୍ତି । ବୋଧହୁଏ , ପ୍ରାୟତଃ ରାଜପରିବାରର ଲୋକେ ଭୁବନେଶ୍ବର ବା ଦିଲ୍ଲୀରେ ରହୁଥିବାରୁ ପ୍ରତିପକ୍ଷର ଆହ୍ୱାନକୁ କାଉଣ୍ଟର କରିବାକୁ ସେ ଏଭଳି ଏକ ସ୍ଥାନୀୟ ସେଣ୍ଟିମେଣ୍ଟ୍ ର ଡାକରା ଦେଇଥିବା ରାଜନୈତିକ ବିଶ୍ଳେଷକଙ୍କ ଅନୁମାନ । ' ମୁଁ ନୁହେଁ , ଆମେ ' ଓ ସେ ସମସ୍ତଙ୍କୁ ନେଇ ଚାଲିବାରେ ବିଶ୍ବାସୀ ' ବୋଲି ଏହାର ଅନ୍ତର୍ନିହିତ ଅର୍ଥ ବୋଲି ଚର୍ଚ୍ଚା ହେଉଛି ।

ଅପରପକ୍ଷରେ , ଏଥର ଭାଜପାର ନବାଗତ ପ୍ରାର୍ଥୀ ହୋଇଛନ୍ତି ଗୋପାଳଜୀ ପାଣିଗ୍ରାହୀ । କିନ୍ତୁ ସେ ଭାଜପା ବା ରାଜନୀତିରେ ଆଦୌ ନବାଗତ ନୁହଁନ୍ତି ।  ବଲାଙ୍ଗୀରରେ ଭାରତୀୟ ଜନତା ପାର୍ଟିର ଇତିହାସର ପୃଷ୍ଠା ଖୋଲିଲେ ସେ ଜୀବନକୁ ବାଜି ଲଗାଇ ରକ୍ତଢାଳି ଦଳ ଓ ଆଜିର ବଲାଙ୍ଗୀର ଭାଜପାର ବରିଷ୍ଠନେତା କୁହାଯାଉଥିବା କେବି - ସଙ୍ଗୀତାଙ୍କୁ ପ୍ରତିଷ୍ଠିତ କରିବାରେ ବିଗତ ପଞ୍ଚାୟତ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବଥର୍ଲା ଗୁଳିକାଣ୍ଡ ଏହାର ପ୍ରମାଣ । ଏହାଛଡା ସେ ବଲାଙ୍ଗୀରର ଯେକୌଣସି ସମସ୍ୟାକୁ ନେଇ ଦାବିଆନ୍ଦୋଳନ କରିଆସିବା ସହିତ ସବୁବେଳେ ଲୋକଙ୍କ ସହ ଠିଆ ହୋଇଛନ୍ତି ।  ବଲାଙ୍ଗୀର ଆକ୍ ସନ୍ କମିଟି ନାମକ ସଂଗଠନ ଗଢି ' ଜଏ ବଲାଙ୍ଗୀର ' ନାରା ଦେଇଥିବା ବଳିଷ୍ଠ ନେତା ଗୋପାଳଜୀ ଲୋୟର ସୁକତେଲ ପ୍ରକଳ୍ପ ହେବାକୁ ଦାବି ଆନ୍ଦୋଳନ ସହ ଉପଯୁକ୍ତ ବିସ୍ଥାପିତ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ବୁର୍ଲାରେ ମୁମୂର୍ଷୁହୋଇ ଆଡମିଟ୍ ହେବାପର୍ଯ୍ୟନ୍ତ ଆମରଣ ଅନଶନ , ଜଳ ସତ୍ୟାଗ୍ରହ ଠାରୁ ବଲାଙ୍ଗୀର ବାଇପାସ୍ ରାସ୍ତା ନିର୍ମାଣ ହେଉ ବା ବଲାଙ୍ଗୀରରେ ହାଇକୋର୍ଟ ସ୍ଥାପନ ଦାବି ଆନ୍ଦୋଳନ ହେଉ ; ସବୁଥିରେ ବଲାଙ୍ଗୀରର ନ୍ୟାଯ୍ୟଦାବି ଆନ୍ଦୋଳନର ନେତୃତ୍ବ ନେଇ ଆସିଥିବା ସହ ବିଗତ ଚାରିଥରର  ସାଂସଦ ମହାରାଣୀ ସଙ୍ଗୀତା ସିଂଦେଓ ଓ ବିଗତ ପାଞ୍ଚଥରର ବିଧାୟକ-ମନ୍ତ୍ରୀ ପାଟଣାମହାରାଜା କନକବର୍ଦ୍ଧନ ସିଂଦେଓଙ୍କ ବିଶ୍ବାସଭାଜନ ରହିଆସିଛନ୍ତି । ତେଣୁ ତାଙ୍କୁ ଏଥର ଭାଜପା ପ୍ରାର୍ଥୀ କରିଛି । ସ୍ବର୍ଗତଃ ସମାଜସେବୀ ଲଳିତ ନାୟକଙ୍କ ପରେ ସେ ହିଁ ଏକମାତ୍ର ଜଣେ ସମାଜସେବୀ ଓ ଲୋକଙ୍କର  ' ଜୟ ଜବାନ- ଜୟ କିଶାନ୍ ' ର ନେତା , ଯିଏ ବଲାଙ୍ଗୀରବାସୀଙ୍କ ପାଇଁ ପ୍ରାଣମୂର୍ଚ୍ଛା ଲଢେଇ କରି ଆସୁଛନ୍ତି ।  ଏହାସହିତ ଏଥର ମୋଦୀଲହର ତାଙ୍କୁ ବିଶେଷ ସହାୟକ ହେବ ବୋଲି ତଥ୍ୟାଭିଜ୍ଞ ମହଲ ଆକଳନ କରୁଛନ୍ତି ।  ନିକଟରେ ସୋନପୁରରେ ଅମିତ ଶାହାଙ୍କ ବିଶାଳ ସମାବେଶର ମଧ୍ୟ ପ୍ରଭାବ ତାଙ୍କ ସପକ୍ଷ ବାତାବରଣ ସୃଷ୍ଟି କରିଛି । ଏଣୁ ଏଥର ବଲାଙ୍ଗୀର ଆସନ ଭାଜପା ହାତକୁ ଗଲେ , ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାଇଁ । ଜଣେ ସାଧାରଣବର୍ଗର ଏହି ଯୁବନେତା ଜଣକ ବିଶେଷକରି ସବୁବର୍ଗର ଭୋଟରଙ୍କର ଆସ୍ଥାଭାଜନ ହୋଇପାରିଥିବା ଚର୍ଚ୍ଚା ହେଉଛି ।

ଅତଏବ ଏଥର ବଲାଙ୍ଗୀର ଆସନରେ ଏହି ତିନି ପ୍ରମୁଖ ଦଳର ସଶକ୍ତଯୁବପ୍ରାର୍ଥୀଙ୍କର ବଲାଙ୍ଗୀରର ନାଁ'କୁ କରିଥିବା ମୁଖ୍ୟପ୍ରସଙ୍ଗ ଚର୍ଚ୍ଚାରେ ରହିଛି ।  ତେବେ ବଲାଙ୍ଗୀରର ଜୟଟୀକା କାହାକପାଳରେ ଲେଖାଯିବ , ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡିବ । ଏଥରର ନିର୍ବାଚନରେ ଅଧିକାଂଶ ସ୍ଥାନରେ ବ୍ୟକ୍ତି ନୁହେଁ ଦଳ ବା ଦଳର ଚିହ୍ନ ମୁଖ୍ୟ ହୋଇଥିବା ସ୍ଥଳେ , ବଲାଙ୍ଗୀର ବିଧାନସଭା ଆସନରେ ଉଭୟ ପ୍ରାର୍ଥୀ ଓ ଚିହ୍ନର ଗୁରୁତ୍ବ ରହିଥିବା ସହିତ ତିନୋଟିଦଳର ତିନିପ୍ରାର୍ଥୀମାନେ ସମୀକ୍ଷକ ରହିଥିବାରୁ ଏଠାରେ ତ୍ରିମୁଖୀପ୍ରତିଦ୍ଵନ୍ଦିତାରେ କଣ ହେବ , ଶେଷପର୍ଯ୍ୟନ୍ତ ସଠିକ୍ ଆକଳନ ସହଜ ନୁହେଁ ।


News Comment




Photo in News

Advertisment
Lastest News
  ରାଜନୀତି  
ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   17-May-2024
  ଜିଲ୍ଲା  
୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   17-May-2024
  ଜିଲ୍ଲା  
ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   17-May-2024
  ଜିଲ୍ଲା  
ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   17-May-2024
  ଜିଲ୍ଲା  
ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   17-May-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   17-May-2024
  ଅପରାଧ  
କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   17-May-2024
  ରାଜନୀତି  
ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   17-May-2024
  ଜିଲ୍ଲା  
ସିନ୍ଧେକେଲା ସରପଞ୍ଚ ଦ୍ୱାରା ବାଇକ ରେଲି ସହ ସଭା ଆୟୋଜନ   17-May-2024
  ଜିଲ୍ଲା  
ନିର୍ବାଚନରେ ରୋକାଲ ପଞ୍ଚାୟତର ମତଦାନ ହାର   17-May-2024
  ରାଜ୍ୟ  
ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର   17-May-2024
  ଜିଲ୍ଲା  
ପାଟଣାଗଡ଼ ଏନଏସି ର ବିଭିନ୍ନ ୱାର୍ଡ଼ କୁ ଯାଇ ଭୋଟ ପ୍ରଚାର କଲେ ବିଧାୟକ ପ୍ରାର୍ଥୀ, ବିଜେଡି ରେ ସାମିଲ ହେଲେ ଅନେକ ଯୁବକ   16-May-2024

You Might Also Like