-+91-9937148622 |

prerana_bgr@rediffmail.com |

  Saturday 18th May 2024 |

| | | |

R.N.I. Regd No. ODIODI/2010/46693

Breaking News

ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   (17-May-2024)       ||      ୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   (17-May-2024)       ||      ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   (17-May-2024)       ||      ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   (17-May-2024)       ||      ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   (17-May-2024)       ||      ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   (17-May-2024)       ||      କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   (17-May-2024)       ||      ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   (17-May-2024)       ||      ସିନ୍ଧେକେଲା ସରପଞ୍ଚ ଦ୍ୱାରା ବାଇକ ରେଲି ସହ ସଭା ଆୟୋଜନ   (17-May-2024)       ||      ନିର୍ବାଚନରେ ରୋକାଲ ପଞ୍ଚାୟତର ମତଦାନ ହାର   (17-May-2024)       ||      ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର   (17-May-2024)       ||      ପାଟଣାଗଡ଼ ଏନଏସି ର ବିଭିନ୍ନ ୱାର୍ଡ଼ କୁ ଯାଇ ଭୋଟ ପ୍ରଚାର କଲେ ବିଧାୟକ ପ୍ରାର୍ଥୀ, ବିଜେଡି ରେ ସାମିଲ ହେଲେ ଅନେକ ଯୁବକ    (16-May-2024)       ||      କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ ବିଜେପି,ବିଜେଡି ର ଜୋରଦାର ପ୍ରଚାର   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଖଡିଆଳ ଥାନା ରେ ଲିଖିତ ଅଭିଯୋଗ,   (16-May-2024)       ||      କଳାକାର ମାନଙ୍କୁ ସମ୍ବର୍ଦ୍ଧନା   (16-May-2024)       ||      ନବୀନ-ଅନଙ୍ଗଙ୍କ ବଢୁଛି ଘନିଷ୍ଠତା,ବଲାଙ୍ଗୀର ପାଇଁ ଶୁଭଙ୍କର   (16-May-2024)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ ଓବିସି ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (16-May-2024)       ||      ସିବିଏସଇ ଦ୍ଵାଦଶ ବିଜ୍ଞାନ ରେ କେ. ସ୍ନେହା ରାଜ୍ୟ ଓଏଭି ଟପ୍ପର ହେଲେ ଓ ସୋନପୁର ର ଗୌରବ ବଢାଇଲେ   (16-May-2024)       ||     

HOME   ରାଜ୍ୟ

ରାଜ୍ୟ ସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଯାପିତ ll ସେବା ଦ୍ୱାରା ଅନ୍ୟକୁ ଆପଣେଇ ହୋଇପାରିବ : ମେଜର ଡ଼. କଳ୍ପନା ଦାସ

03-Feb-2024



ଭୂବନେଶ୍ୱର ( ପ୍ରେରଣା ଖବର )- ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର  ପଞ୍ଚଦିବସୀୟ ରାଜ୍ୟ ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭୂବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ ମହାବିଦ୍ୟାଳୟ ପରିସରରେ ସଫଳତାର ସହିତ ଉଦଯାପିତ ହୋଇଯାଇଛି । ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନୀକ ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କର ତତ୍ୱାବଧାନ ଓ  ରାଜ୍ୟ ଜୁନିୟର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ୨୬ ଗୋଟି ଜିଲ୍ଲାରୁ ସ୍ୱେଚ୍ଛାସେବୀ , ଜୁନିୟର ରେଡଲ୍ରସ କାଉନସିଲର, ଅଫିସିଆଲ , ମ୍ୟାନେଜେମ୍ୟାଂଟ ସଦସ୍ୟ  ପାଖାପାଖି ୪୫୦ ଜଣ ଯୋଗଦାନ କରିଥିଲେ । ଉଦଯାପନୀ ଦିବସରେ ସଚିବ ବିଭୂତି ପଟ୍ଟାନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଭରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର  ପୂର୍ବତନ ସଚିବ, ଶିଶୁ ଓ ମହିଳା ବିକାଶ ସୋସାଇଟିତ ଚେୟାରପାର୍ସନ ତଥା ରୋଟାରୀ କ୍ଲବ- ୩୨୬୨ର ସଭାପତି ମେଜର ଡ଼. କଳ୍ପନା ଦାସ ଯୋଗଦେଇଥିଲେ ।  ସ୍ୱପ୍ନ ଦେଖ ଓ ସେହି ସ୍ପପ୍ନକୁ ସଫଳ କରିବାକୁ ନିରନ୍ତର ପ୍ରଚେଷ୍ଠା କରିବାକୁ ସ୍ୱେଚ୍ଛାସେବୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସେବା ଦ୍ୱାରା ଅନ୍ୟକୁ ଆପଣେଇ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । 

ଅନ୍ୟ ସମ୍ମାନୀତ ଅତିଥି ଭାବରେ ଓଲିଉଡ ଅଭିନେତା ତଥା ରେଡକ୍ରସ ଆଜୀବନ ସଦସ୍ୟ ସବ୍ୟସାଚୀ ମିଶ୍ର, ରୋଟାରୀ ଡିଷ୍ଟ୍ରିକ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ସୃଷ୍ଟି ଏକାଡେମୀର ଇଂ. ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ତଥା ଦଳଗତ ଭାବରେ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ଏବଂ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଶିବିରରେ କାଉନସିଲର ମାନଙ୍କୁ ନେଇ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରରେ ୨୫ ଜଣ ରକ୍ତ ଦାନ କରିଥିଲେ । ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଆନନ୍ଦ ଦାୟକ ଶିକ୍ଷ ପାଇଁ ନନ୍ଦନକାନନ ଷ୍ଟଡି ଟୁର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ସ୍ୱେଚ୍ଚାସେବୀ ମାନଙ୍କୁ ସଡକ ସୁରକ୍ଷା, ଜୀବନ କୌଶଳ, ପ୍ରାଥମିକ ଚିକିତ୍ସା,  ସଚେତନତା, ଜଳବାୟୁ ପରିବର୍ତନ, ରେଡକ୍ର ର ଇତିହାସ ଓ ସପ୍ତନୀତି,  ବ୍ୟକ୍ତିଗତ ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ସେବା ମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ  ଯଞଶ୍ୱର ପଣ୍ଡା, ରବିଚନ୍ଦ୍ର ପଶାୟତ, ସ୍ନିଗଧାରାଣୀ ସ୍ୱାଇଁ , ନାରାୟଣ ପାଇକରାୟ, ବେଣୁଧିର ସାହୁ, ସଂଜୀବ କୁମାର ଦାଶ, ତୋଫାନ କୁମାର ରାଉତ ରାୟ, ରାମନାରାୟଣ ଦାଶ, ଶୁଭେନ୍ଦୁ ନାୟକ ପ୍ରମୁଖ ଶିକ୍ଷଣ ପ୍ରକିୟାକୁ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାଧନକର୍ମି ମୂରଲୀଧର ପରିଡା ପରିଚାଳନା କରିଥିବା ବେଳେ ମୟୁରଭଂଜ ଜେଆରସିଓ  ସ୍ମୃତି ପାଣି ଧନ୍ୟବାଦ ଅର୍ପଣ କରିଥିଲେ । 

କାର୍ଯ୍ୟକ୍ରମରେ ଓଡିଶା ରେଡକ୍ରସ ରାଜ୍ୟ ଶାଖାର  କର୍ମଚାରୀ ରମାରାଣୀ ସେନାପତି, ଲୀଲାପୂଣ୍ୟ ତିର୍ଥ ସ୍ୱାଇଁ, ସୁରେନ୍ଦ୍ର ନାଥ ସାମଲ, ବିନୟ ନାୟକ, କୁବେର ଚନ୍ଦ୍ର ପାତ୍ର, ଗୁଲସନ କୁମାର ଦାସ, ପତିତପାବନ ତଥା ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ  ଜୁନିୟର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଶିବିରରେ ସର୍ବଦା ଉପସ୍ଥିତ ରହି ତ୍ୱରାନ୍ୱିତ କରିବା ସହିତ ସ୍ୱେଚ୍ଛାସେବୀ ଓ କାଉୁନସଲର ମାନଙ୍କୁ ଉତ୍ସାହିତ କରଥିଲେ ।


News Comment




Photo in News

Advertisment
Lastest News
  ରାଜନୀତି  
ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   17-May-2024
  ଜିଲ୍ଲା  
୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   17-May-2024
  ଜିଲ୍ଲା  
ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   17-May-2024
  ଜିଲ୍ଲା  
ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   17-May-2024
  ଜିଲ୍ଲା  
ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   17-May-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   17-May-2024
  ଅପରାଧ  
କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   17-May-2024
  ରାଜନୀତି  
ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   17-May-2024
  ଜିଲ୍ଲା  
ସିନ୍ଧେକେଲା ସରପଞ୍ଚ ଦ୍ୱାରା ବାଇକ ରେଲି ସହ ସଭା ଆୟୋଜନ   17-May-2024
  ଜିଲ୍ଲା  
ନିର୍ବାଚନରେ ରୋକାଲ ପଞ୍ଚାୟତର ମତଦାନ ହାର   17-May-2024
  ରାଜ୍ୟ  
ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର   17-May-2024
  ଜିଲ୍ଲା  
ପାଟଣାଗଡ଼ ଏନଏସି ର ବିଭିନ୍ନ ୱାର୍ଡ଼ କୁ ଯାଇ ଭୋଟ ପ୍ରଚାର କଲେ ବିଧାୟକ ପ୍ରାର୍ଥୀ, ବିଜେଡି ରେ ସାମିଲ ହେଲେ ଅନେକ ଯୁବକ   16-May-2024

You Might Also Like